800 ଟ୍ରିପ୍ ବାଲି ଓ ଜେସିବି ଜବତ

Spread the love

ରାସଗୋବିନ୍ଦପୁର/ମାଣିଦା, 05.12.2020 (ଲିଙ୍ଗରାଜ ପଣ୍ଡା): ସରକାରୀ ନିୟମ ମାନୁନାହାନ୍ତି ବାଲି ବ୍ୟବସାୟୀ। ପ୍ରଶାସନର ନିରବତା ସେମାନଙ୍କୁ ଅଧିକ ସୁହଉଛି। । ଲୋକେ ଅଭିଯୋଗ କଲେ ମଧ୍ୟ ସରକାରୀ ବାବୁମାନେ ଚଢ଼ଉରେ ଯାଉନାହାନ୍ତି। ଏହାର ସୁଯୋଗରେ ହଜାର ହଜାର ଟ୍ରିପ ବାଲି ବୋହିନେଲେ ମାଫିଆ। ସାନ ମାଣିଦା ଓ କମାରଡ଼ିହା ରାଜସ୍ବ କାର୍ଯ୍ୟାଳୟ ତଥା ରାସଗୋବିନ୍ଦପୁର ତହସିଲଠାରୁ ଅଳ୍ପ କେଇ କିମି ଦୂରରେ ନଦୀର ଚିଙ୍ଗୁଡିଆଠାରୁ ଦିନ ଦ୍ବିପ୍ରହରରେ ବାଲି ଚୋରି ହୋଇଗଲା । ଏ ନେଇଁ  ଆମ ଗଣମାଧ୍ୟମରେ ବିଭିନ୍ନ ସମୟରେ ଖବର ପ୍ରକାଶ ପରେ ଏବଂ ନଦୀକୂଳିଆ ଲୋକେ ବାରମ୍ବାର ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇବା ପରେ ଶେଷରେ ପ୍ରଶାସନର ନିଦ ଭାଙ୍ଗିଛି। ରାସଗୋବିନ୍ଦପୁର ତହସିଲ ପକ୍ଷରୁ ଚଢ଼ଉ କରାଯାଇ ୮୦ ଟ୍ରିପ ବାଲିକାଣ୍ଡି ଓ ଗୋଟିଏ ଜେସିବି ମେସିନ୍‌ ଜବତ କରାଯାଇଛି। ତେବେ ଏତିକିରେ ସନ୍ତୁଷ୍ଟ ନାହାନ୍ତି ଆଖପାଖ ଗ୍ରାମବାସୀ ସେମାନଙ୍କ ଅଭିଯୋଗ ହେଲା, ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଇବା ପରେ ନାମକୁ ମାତ୍ର ବାଲିମକାଣ୍ଡି ଜବତ କରିଛି। ପ୍ରଶାସନ ସୂଚନାଯୋଗ୍ୟ, ଏହି ତହସିଲ ଅଧୀନ ଜମ୍ଭୀରା ଓ ସୌନ ନଦୀର ମିଶ୍ରଣ ସ୍ଥଳର ଚିଙ୍ଗୁଡ଼ିଆଠାରେ ପ୍ରଚୁର ବାଲିଥିଲା । ଚିଙ୍ଗୁଡିଆଠାରେ ମଧ୍ୟ ଜଳସେଚନ ବିଭାଗ ପକ୍ଷରୁ ନଦୀବନ୍ଧ ନିର୍ମାଣ ଚାଲିଛି । ହେଲେ ମାଫିଆମାନେ ନଦୀବନ୍ଧକୁ କାଟି ବାଲି ଚାଲାଣ କରୁଥିଲେ। ନିକଟସ୍ଥ ପିଙ୍ଗୁଡି ଓ ପଥରଚାଟିଆ ବାଲିଖାଦାନ ନିଲାମ ହୋଇଛି। ତା’ରି ପାଖରେ ଅବସ୍ଥିତ ଚିଙ୍ଗୁଡିଆ ଘାଟ ତେଣୁ ନିଲାମ ବାଲିଘାଟରୁ ବାଲି ଯାଉଛି କହି ମାଫିଆମାନେ ଚିଙ୍ଗୁଡ଼ିଆ ଘାଟରୁ ଶହଶହ ଟ୍ରିପ୍ ବାଲି ଉଠାଇନେଲେ । ଏ ନେଇ ଗତ ୨୨ ତାରିଖରେ ‘ସମ୍ବାଦ’ରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା । ଏହାପରେ କିଛି ଲୋକ ଉପଜିଲ୍ଲାପାଳ, ଏଡିଏମ୍ ଏବଂ ଜଳସେଚନ ବିଭାଗକୁ ଜଣାଇଥିଲେ । ଆଜି ସେଠାରୁ ପୁଣି ବାଲି ଉଠୁଥିବା ଖବର ପାଇ ସୁପରଭାଇଜର ବିଶ୍ବଜିତ ଦଳେଇ ଓ ଅନ୍ୟ କର୍ମଚାରୀ ପହଞ୍ଚି ଜେସିବି ଓ ବାଲିକାଣ୍ଡି ଜବତ କରିଛନ୍ତି। ତେବେ ଚର୍ଚ୍ଚା ହେଉଛି ଯେ, ଚଢ଼ଉ ସମ୍ପର୍କରେ ଆଗୁଆ ଖବର ପାଇ ସେଠାରେ ଲାଗିଥିବା ପ୍ରାୟ ୩୦ଟି ଟ୍ରାକ୍ଟରକୁ ନେଇ ଚମ୍ପଟ ମାରିଥିଲେ ମାଫିଆ। ଜେସିବିଟି ନେବାକୁ ସମୟ ନପାଇ ଛାଡ଼ି ପଳାଇଥିଲେ।

Related Posts

About The Author

Add Comment