କୋରାପୁଟ: ଜାତୀୟ କଂଗ୍ରେସ ର “ପରିବର୍ତ୍ତନ ସଂକଳ୍ପ ସମାବେଶ”

Spread the love

କୋରାପୁଟ,୨୫/୨(ସନ୍ଧାନ ନିଉଜ) – କୋରାପୁଟ ନିର୍ବାଚନ ମଣ୍ଡଳୀ ର ବୈପାରିଗୁଡା ଅନ୍ତର୍ଗତ ଦଶମନ୍ତପୁର ର ସାପ୍ତାହିକ ହାଟପଦାଠାରେ ଜାତୀୟ କଂଗ୍ରେସ ର “ପରିବର୍ତ୍ତନ ସଂକଳ୍ପ ସମାବେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ସମାବେଶରେ କୋରାପୁଟ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ଦଳର ଆଶାୟୀ ବିଧାୟକ ପ୍ରାଥୀ ଶ୍ରୀଯୁକ୍ତ ଟୋନେଜ କୁମାର କୁଲଦୀପ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଂଗ୍ରେସର କର୍ମୀମାନଙ୍କୁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କ ବିରୋଧ ରେ ଆଲୋକପାତ କରିଥିଲେ ।ଏହି ସମାବେଶରେ ବୈପାରିଗୁଡା ଜୋନ – ୨ର ସଭାପତି ତଥା ଆଇନଜୀବୀ ଶ୍ରୀଯୁକ୍ତ ଗୌର ଚନ୍ଦ୍ର ପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ପି ସି ସି ବ୍ଲକ ସଦସ୍ୟ ଓ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ପି. ରମେଶ ପାତ୍ର,ବ୍ଲକ ଯୁବ ସଭାପତି ଲକ୍ଷଣ ନାୟକ, ବରିଷ୍ଠ କର୍ମୀ ବାଲାଜୀ ରାଓ,ବାପି ମହାନ୍ତି, ଜଗନ୍ନାଥ ବିଷୋୟୀ, ମହେନ୍ଦ୍ର ଦଳେଇ, ଧନେଶ୍ୱର ମାଝୀ,ମୋହନ ଶ୍ରୀକର୍ଲିଆ, ରଘୁନାଥ ମାଳି, ଜିନୁ ବଡ଼ନାୟକ ପ୍ରମ୍ମୁଖ ଉପସ୍ଥିତ ଥିଲେ ।ବୈପାରିଗୁଡା ବ୍ଳକ ର ଜୋନ – ୨ ର ସଭାପତି ତଥା ଆଇନଜୀବୀ ଶ୍ରୀଯୁକ୍ତ ଗୌର ଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି ଯେ, କୋରାପୁଟ ଜିଲ୍ଲା ହେଉଛି ଏକ କଂଗ୍ରେସ ଦଳର ଗଡ଼ ଯାହାକି ଆଗରୁ କଂଗ୍ରେସ ହିଁ ଶାସନ କରି କରି ଆସିଛି ପୁଣି ୨୦୧୯ ନିର୍ବାଚନ ରେ କୋରାପୁଟ ଜିଲ୍ଲାରେ ଥିବା ୨ଟି ନିର୍ବାଚନ ମଣ୍ଡଳୀ ତଥା କୋରାପୁଟ ନିର୍ବାଚନ ମଣ୍ଡଳୀ ଏବଂ କୋଟପାଡ଼ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ଦଳର ବିଧାୟକଙ୍କୁ ବିପୁଳ ଭୋଟ ରେ ବିଜୟ କରାଇ ପୁଣି ଥରେ ଶାସନ କରିବେ ବୋଲି ପ୍ରକାଶ କରିଛନ୍ତି ।ଏହି ସମାବେଶରେ କୋରାପୁଟ ନିର୍ବାଚନ ମଣ୍ଡଳୀ ର ଦଶମନ୍ତପୁର,ମାଝୀଗୁଡା, କୋଲାର ର ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

ରିପୋର୍ଟ – ସରୋଜ କୁମାର ଲେଙ୍କା , ବୈପାରିଗୁଡା

Related Posts

About The Author

Add Comment