‘ସୁନେତ୍ର’ ଯୋଜନାର ଶୁଭାରମ୍ଭ

Spread the love
ଭୁବନେଶ୍ୱର,୧୬/୧ (ସନ୍ଧାନ ନିୟୁଜ) ସଚିବାଳୟରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ‘ସୁନେତ୍ର’ ଯୋଜନାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ଏହାର ଶୁଭାରମ୍ଭ କରିବା ସହ ବିଭିନ୍ନ ହିତାଧିକାରୀଙ୍କ ସହ ସିଧାସଳଖ କଥା ହୋଇଥିଲେ । ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଭିତ୍ତିକ ଯୋଜନା ହେଉଛି ‘ସୁନେତ୍ର’। ୨୦୨୩ ସୁଦ୍ଧା ଓଡ଼ିଶାର ସବୁ ଲୋକଙ୍କୁ ଉତ୍ତମ ଓ ଉନ୍ନତ ମାନର ଚକ୍ଷୁ ଚିକିତ୍ସା ସୁବିଧା ଯୋଗାଇଦେବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ୭ରୁ ୭୦, ସବୁ ବୟସର ଲୋକ ଏହି ଯୋଜନାରୁ ଲାଭ ପାଇବେ।
ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜଗୁଡ଼ିକରେ ସୁନେତ୍ର ଯୋଜନାରେ ଲୋକମାନେ ମାଗଣାରେ ଚିକିତ୍ସା ପାଇବେ। ଏହି ସୁବିଧା ସୁଯୋଗ ପାଇବାକୁ ଲୋକଙ୍କୁ କୌଣସି କାଗଜପତ୍ର ଦେଖାଇବା ବାଧ୍ୟତାମୂଳକ ନୁହେଁ। ତେବେ ଏସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଚକ୍ଷୁ ପରୀକ୍ଷା କଲାବେଳେ ନାମ ପଞ୍ଜୀକରଣ ଓ ଲିପିବଦ୍ଧ କରିବା ବ୍ୟବସ୍ଥା କରାଯାଉଛି । ସୁନେତ୍ର ଯୋଜନାରେ ଚକ୍ଷୁ ପରୀକ୍ଷା କରି ମାଗଣାରେ ଚଷମା ଯୋଗାଇ ଦିଆଯିବ । ଚିକିତ୍ସା ମଧ୍ୟ ମାଗଣାରେ କରାଯିବ

Related Posts

About The Author

Add Comment