ଗଞ୍ଜାମ: ହତ୍ୟା ଅଭିଯୋଗରେ ୩ଜଣଙ୍କୁ ଆଜୀବନ ଜେଲ

Spread the love
ଗଞ୍ଜାମ,୧୬/୧୨, (ସନ୍ଧାନ ନିୟୁଜ) ସ୍ଥାନୀୟ ଜିଲ୍ଳା କୋର୍ଟ ଏକ ହୃଦୟ ବିଦାରକ ହତ୍ୟା କାଣ୍ଡ ରେ  3 ଜଣ ବ୍ୟକ୍ତିଙ୍କୁ ଆଜି ଆଜୀବନ କାରାଦଣ୍ଡ ଘୋଷଣା କରିଛନ୍ତି । ସେମାନେ ହେଲେ ସତ୍ୟନନ୍ଦ ପରିଡା, ଭାସ୍କର ଖଟୁଆ ଏବଂ ସନ୍ତୋଷ ସତପତି ।  2014 ସେପ୍ଟେମ୍ବର 12 ତାରିଖରେ ଵ୍ରହ୍ମପୁର ବଡ଼ମେଡିକଲ କୁ ନିଜ ପୁଅର ଚିକିତ୍ସା ପାଇଁ ଆସିଥିଲେ ଚନ୍ଦ୍ରଶେଖର ପଣ୍ଡା । ରାତିରେ ମେଡିକାଲ ରେ ପୁଅକୁ ଭର୍ତି କରିବା ପରେ ସ୍ତ୍ରୀ ବନିତା ପଣ୍ଡା ପୁଅ ପାଖରେ ମେଡିକାଲ ରେ ସୋଇଥିଲେ । ବାପା ଚନ୍ଦ୍ରଶେଖର ମେଡିକାଲ ନିକଟ ଏକ ମଣ୍ଡପରେ ସୋଇଥିଲେ । ଏହି ସମୟରେ ଉପରକ୍ତ 3 ବ୍ୟକ୍ତି ଚନ୍ଦ୍ରଶେଖରଙ୍କ ନିକଟରୁ ଚୋରି ଉଦେଶ ରେ ନିଶା ବିସ୍କୁଟ ଦେଇ ବେହୋଶ କରିଥିଲେ । ଗୋଟିଏ ଦିନ ପରେ ଚନ୍ଦ୍ରଶେଖରଙ୍କ ମେଡିକାଲରେ ହିଁ ମୃତ୍ୟୁ ହୋଇଥିଲା । ପତ୍ନୀ ବନିତା ବୈଦ୍ୟନାଥପୁର ଥାନାରେ ଏତଲା ଦେଲେ । ପୋଲିସ ପାଇଁ ଏହା ଚାଲେଞ୍ଜ ଥିବାବେଳେ ତତ୍କାଳୀନ ଥାନା ଅଧିକାରୀ ଅଜୟ ମିଶ୍ର ଏବଂ କୁଳମଣି ସେଠି ବହୁ କଷ୍ଟରେ 3 ବ୍ୟକ୍ତିଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଗିରଫ କରିଥିଲେ । ଆଶ୍ଚର୍ଯ୍ୟର କଥା ଉପରକ୍ତ 3 ଅଭିଯୁକ୍ତଙ୍କ ମଧ୍ୟରୁ ସତ୍ୟନନ୍ଦ ପରିଡା ଏହିପରି ଅନ୍ୟ ଏକ ଘଟଣାରେ 2017ରେ ସ୍ଥାନୀୟ ଜିଲ୍ଲା କୋର୍ଟରୁ ଆଜୀବନ କାରାଦଣ୍ଡ ଆଦେଶ ପାଇ ଥିଲେ । 3 ଅଭିଯୁକ୍ତ ବର୍ତ୍ତମାନ ଵ୍ରହ୍ମପୁର ଜେଲ୍ ରେ ଅଛନ୍ତି । ଏହି ରାୟକୁ ସବୁ ମହଲରୁ ସ୍ୱାଗତ କରଯାଇଛି ।

Related Posts

About The Author

Add Comment