୩୩ ତମ ବାର୍ଷିକ ଅଷ୍ଟ ଦଣ୍ଡ ମିଳନ ସମାରୋହ ଉଦଯାପିତ: ହଜାର ହଜାର ଭକ୍ତ ଙ୍କ ସମାଗମ

Spread the love

ଚଣ୍ଡିଖୋଲ, ୧୧/୦୪/୨୨ (ସନ୍ଧାନ ନିୟୁଜ) : ଡାକ ବଙ୍ଗଳା ବାଇପାସ ରୋଡରେ ମଟର ସାଇକେଲ ଆରୋହୀଙ୍କ ଉପରେ ମାଡିଗଲା ୧୬ଚକିଆ ଟ୍ରକ; ଦୁଇ ଗୁରୁତର । ଚଣ୍ଡିଖୋଲ ଦେଇ ଯାଇଥିବା ୫୩ନମ୍ବର ଜାତୀୟ ରାଜପଥ ଡାକ ବଙ୍ଗଳା ବାଇପାସ ରାସ୍ତା ନିକଟରେ ରବିବାର ୩.୫୦ସମୟରେ ଏକ ଦୃଘଟଣା ଘଟି ଦୁଇଜଣ ମଟରସାଇକେଲ ଆରୋହୀ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ଏହି ରାସ୍ତାଟି ଅତି ଶୋଚନୀୟ ହୋଇପଡିଥିବା ଯୋଗୁ ଏଠାରେ ସାଧରଣ ମଟର ସାଇକେଲରେ ଯିବା ଆସିବା କରିବା ପାଇଁ ଅତି କଷ୍ଟାସାଧ୍ୟ ହୋଇପଡୁଛି । ସେହିଭଳି ଆଜି ଏକ ୧୬ଚକିଆ ଟଲର ଟ୍ରକ୍ ଆରହା ପଟରୁ ଚଣ୍ଡିଖୋଲ ଆଡକୁ ଆସୁଥିବା ବେଳେ ବିପରୀତ ଦିଗ ଚଣ୍ଡିଖୋଲ ପଟରୁ ଘରକୁ ଏକ ଗ୍ଲାମର ଗାଡିରେ ଫେରୁଥିବା ଦୁଇ ମଟର ସାଇକେଲ ଆରୋହୀଙ୍କ ଉପରେ ମାଡି ଯାଇଥିଲା । ମଟରସାଇକେଲ ଆରୋହୀ ଦୁଇଜଣ ହେଲେ ଜେନାପୁର ଥାନା ତୁରଙ୍ଗ ଗ୍ରାମର କାଶିନାଥ ବାରିକଙ୍କ ପୁଅ ସଂଗ୍ରାମ ବାରିକ (୩୬) ଏବଂ କଳାକାର ଖଂଟିଆଙ୍କ ପୁଅ ବଳରାମ ଖଂଟିଆ (୧୮) ବୋଲି ଜଣାପଡିଛି । ଉକ୍ତ ସ୍ଥାନରେ ବଡବଡ ଖାଲ ଥିବାରୁ ଏହିଭଳି ବହୁ ଦୃର୍ଘଟଣା ଏଠାରେ ଘଟୁଛି ବୋଲି ସାଧରଣ ଲୋକେ ପ୍ରକାଶ କରିଛନ୍ତିି । ଦୁଇ ଗୁରୁତର ଆହତଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବଡଚଣା ସ୍ୱାସ୍ଥକେନ୍ଦ୍ର ଏବଂ ପରେ ତାଙ୍କୁ କଟକ ପଠାଯାଇଥିବା ଜଣାପଡିଛି ।

Related Posts

About The Author

Add Comment