ଯାଜପୁର ସଦର, ୦୩ା୦୪,(ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ମେଡିକାଲ ପରିଶରରେ ୪୭ ତମ ବିଡ଼ି ଶ୍ରମିକ ସଂଘ ଦିବସ ପାଳନ ଅବସରରେ ବ୍ରହ୍ମବରଦା ବିଡ଼ି ଶ୍ରମିକ ସଂଘର ସଭାପତି ଯାଜପୁର ବିଜେଡ଼ି ସମ୍ପାଦକ ପ୍ରଦିପ ଦାସଙ୍କ ସଭାପତିତ୍ୱରେ ୪୭ତମ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ବ୍ରହ୍ମବରଦା ବିଡ଼ି ଶ୍ରମିକ ସଂଘର ବରିଷ୍ଠ ସଭ୍ୟମାନେ ଯୋଗଦେଇଥିବା ବେଳେ, ବିଡ଼ି ଶ୍ରମିକ ସଂଘର ୪୭ ତମ ଦିବସ ମନେ ପକାଇବା ପାଇଁ ସଂଘର ସଭାପତି ଶ୍ରୀଯୁକ୍ତ ଦାସ ସଭା ପରିଚାଳନା କରିଥିଲେ । ବ୍ରହ୍ମବରଦା, ବନ୍ଧଡିହ, ସାହାପଡ଼ା, କାକୁଡ଼ିକୁଦର ଶ୍ରମିକ ମାନେ ଏହି ଉତ୍ସବରେ ଯୋଗଦାନ କରିଥିଲେ । ଏହି ଅବସରରେ ବିଡ଼ି ଶ୍ରମିକ ମେଡିକାଲ ପରିଶରରେ ଏକ ସଭାର ଆୟୋଜନ କରାଯାଇଥିଲା । ସଂଘର ସାଧାରଣ ସମ୍ପାଦକ ପଦ୍ମଚରଣ ନାୟକ ବାର୍ଷିକ ବିବରଣି ପାଠ କରିଥିଲେ । ସମ୍ପାଦକ ସୁରେନ୍ଦ୍ର ଦାସ ବାର୍ଷିକ ଆୟବ୍ୟୟର ହିସାବ ରଖିଥିଲେ । ଏହି ଅବସରେ ସଂଘର ନୂତନ ସଭାପତି ନିର୍ବାଚନ ପାଇଁ ସାଧାରଣ ସମ୍ପାଦକ ଧନେଶ୍ୱର ନିର୍ବାଚନ ଦାୟୀତ୍ୱ ତୁଲାଇ ଥିଲେ । ସର୍ବ ସମ୍ମତିକ୍ରମେ ପ୍ରଦୀପ ଦାସଙ୍କୁ ସଂଘର ସଭାପତି ଭାବେ ଚୟନ କରାଯାଇଥିଲା । କୋଷାଧକ୍ଷ ଭାବେ ସେକ ଜହୁର ମହମ୍ମଦ, ବୈଷ୍ଣବ ବେହେରା, ଦୈତାରୀ ଗିରି, ହରିହାର ପୃଷ୍ଟି, ଧିରେନ ସାହୁ, ଗୋପିନାଥ ସାହୁ, ଶ୍ରୀଧର ବାରିକ, କାର୍ତ୍ତିକ ଓଝା, ସୁବାସ ଚନ୍ଦ୍ର ଜେନା, ଆନନ୍ଦ ଚନ୍ଦ୍ର ସାହୁ, ପ୍ରଭାତ ସାହୁ, ବିଷ୍ଣୁଚରଣ ସାହୁ, ଗଣେଶ୍ୱର ସେଠୀ ଓ ନଟବର ସାହୁ ପ୍ରମୁଖ ଏହି ସଭାରେ ଉପସ୍ଥିତ ରହିଥିଲେ । ଏହି ସଭାରେ ବହୁ ବରିଷ୍ଠ ନାଗରିକ ମାନେ ଯୋଗ ଦେଇଥିବା ବେଳେ, ଶ୍ରମିକ ମାନଙ୍କ ସମସ୍ୟା ଉପରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଦୃଷ୍ଟି ଦେବା ଲାଗି ଶ୍ରମିକ ମାନେ ସଭାପତିଙ୍କ ନିକଟରେ ଦାବି କରିଥିଲେ ।
ଯାଜପୁର ଆଞ୍ଚଳିକ ବିଡ଼ି ଶ୍ରମିକ ସଂଘର ୪୭ତମ ଦିବସ ପାଳିତ
|
April 3, 2022 |