ସ୍ତମ୍ଭକାର ଅଭିଜିତ ଆୟାର ମିତ୍ରଙ୍କ ଜାମିନ ଆବେଦନ ଖାରଜ

Spread the love

ନୂଆଦିଲ୍ଲୀ, 4/୧୦(ସନ୍ଧାନ ନିୟୁଜ): ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କୁ ଏକ ବଡ଼ ନୈତିକ ବିଜୟ ମିଳିଛି । ଅରୁଚିକର ମନ୍ତବ୍ୟ ଦେଇ ଓଡ଼ିଶାର ସଂସ୍କୃତି ଓ କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଥିବା ସାମ୍ବାଦିକ ତଥା ସ୍ତମ୍ଭକାର ଅଭିଜିତ ଆୟାର ମିତ୍ରଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି । ମାମଲାର ଶୁଣାଣି କରି ପ୍ରଧାନବିଚାରପତି ଜଷ୍ଟିସ ରଂଜନ ଗୋଗୋଇ କହିଛନ୍ତି ଯେ ଅଭିଜିତଙ୍କୁ ଆଇନଗତ ସୁରକ୍ଷା ଦେବାର ଆବଶ୍ୟକତା ନାହିଁ କାରଣ ସେ ଲୋକମାନଙ୍କର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛନ୍ତି । ଏହା ଫଳରେ ଅଭିଜିତ ଗିରଫ ହେବା ନିଶ୍ଚିତ ହୋଇଯାଇଛି ।
ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡ଼ାର ପୂର୍ବତନ ସଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ତାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ର ଓ ଅନ୍ୟ ଜଣେ ସାମ୍ବାଦିକ କୋଣାର୍କ, ପୁରୀ ଓ ଚିଲିକା ବୁଲିବାକୁ ହେଲିକ୍ୟାପ୍ଟରରେ ଯାଇଥିଲେ। ତେବେ ଅଭିଜିତ  କୋଣାର୍କ ସମ୍ପର୍କରେ ଟ୍ଵିଟ୍ କରି କିଛି ବ୍ୟଙ୍ଗ କରିଥିଲେ। ଏହାକୁ ନେଇ କେତେକ ବିଧାୟକ ପ୍ରତିବାଦ କରିବାରୁ ଅଭିଜିତ ଆୟାର ମିତ୍ର ଓଡ଼ିଶା ବିଧାୟକମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିଲେ । ଏ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଧାନସଭାରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଗତ କରିଥିଲେ। ଏହାକୁ ଦଳମତ ନିର୍ବିଶେଷରେ ବିଧାୟକମାନେ ସମର୍ଥନ କରିବା ସହିତ ଅଭିଜିତ ଆୟାର ମିତ୍ରଙ୍କ  ବିରୋଧରେ ଚାର୍ଜଫେମ୍ ପାଇଁ ବିଧାୟକ ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗୃହକମିଟି ଗଠନ କରାଯାଇଛି ।

Related Posts

About The Author

Add Comment