ତେବେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଏବଂ ଗତକାଲି ପଞ୍ଜାବରେ ତାଙ୍କ କନଭେନରେ ସୁରକ୍ଷା ଉଲ୍ଲଂଘନ ସମ୍ପର୍କରେ ତାଙ୍କଠାରୁ ପ୍ରଥମ ତଥ୍ୟ ଗ୍ରହଣ କରିଛନ୍ତି। ଗୁରୁତର ସୁରକ୍ଷାଗତ ତୃଟିକୁ ନେଇ ରାଷ୍ଟ୍ରପତି ନିଜର ଉଦ୍ବେଗ ପ୍ରକାଶ କରିଛନ୍ତି।
୪୨,୭୫୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଫିରୋଜପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା। ଏହି ବିଷୟରେ ଗୃହ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ହୁସେନାୱାଲାସ୍ଥିତ ଜାତୀୟ ଶହୀଦ ମେମୋରିଆଲଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ କନଭୋ ଫ୍ଲାଏ ଓଭରରେ ପହଞ୍ଚିଥିଲା ସେତେବେଳେ କିଛି ପ୍ରଦର୍ଶନକାରୀଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଥିଲା। ପ୍ରଧାନମନ୍ତ୍ରୀ ୧୫-୨୦ ମିନିଟ୍ ପାଇଁ ଏକ ଫ୍ଲାଏ ଓଭରରେ ଅଟକି ରହିଥିଲେ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କ୍ଷେତ୍ରରେ ଏହା ଏକ ବଡ଼ ଧରଣର ଅଘଟଣ।