ସୁନ୍ଦରଗଡ, ୦୧/୦୭/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ସୁନ୍ଦରଗଡ ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେଙ୍କ ଉଦ୍ୟମ କ୍ରମେ ସଦର ତହସିଲ ଅନ୍ତର୍ଗତ ନିର୍ମାଣ ହେବାକୁ ଥୁବା କୋପସିଙ୍ଘା,କୁଡ଼ାବଗା ଓ କିଞ୍ଜିର୍ମା ର ପ୍ରକଳ୍ପ କୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି ପ୍ରଥମତଃ ୨୨୧ କୋଟି ଟଙ୍କାର ପ୍ରକଳ୍ପ କୋପସିଙ୍ଘା ଠାରେ, ୧୮୬ କୋଟି ଟଙ୍କାର ପ୍ରକଳ୍ପ କୁଡ଼ାବଗା ଠାରେ ଓ ୯୧ କୋଟି ଟଙ୍କା କିଞ୍ଜିର୍ମା ପ୍ରକଳ୍ପ ପାଇଁ ମଞ୍ଜୁର କରାଯାଇଛି । ଏହି ସବୁ ପ୍ରକଳ୍ପର ଅତିଶୀଘ୍ର କାର୍ଯ୍ୟ ସଂପାଦନ କଲେ ସଦର ବାସୀ ବେଶ ଉପକୃତ ହେବେ ବୋଲି ଆଶା ରଖିଛନ୍ତି । ସଦର ଅଞ୍ଚଳର ସଙ୍କଟ ଅନେକାଂଶରେ ଦୂର ହେବ ବୋଲି ଆଶା କରାଯାଉଛି ।
ସଦର ବ୍ଲକର ତିନୋଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଲା
|
July 1, 2021 |