ସବଡେଗା ବ୍ଲକରେ ୨୪ ଘଣ୍ଟା ମଧ୍ୟରେ ୧୪ ଜଣ କରୋନା ପୋଜିଟିଭ ଚିହ୍ନଟ

Spread the love

ସୁନ୍ଦରଗଡ, ୧୨/୬/୨୦୨୧ ( ସନ୍ଧାନ ନିଉଜ/ରାଜୁ ପଟେଲ) : ଗତ ୨୪ ଘଣ୍ଟା ମଧ୍ୟରେ ସବଡେଗା ବ୍ଲକରେ ୧୪ ଜଣ କରୋନା ପୋଜିଟିଭ ଚିହ୍ନଟ ହେବାର ସୂଚନା ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଛି । ଦିନକୁ ଦିନ କରୋନାର ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି ବ୍ଲକର ପ୍ରତ୍ୟେକ ଅଞ୍ଚଳକୁ ଯାଇ ସ୍ୱାସ୍ଥ୍ୟ କର୍ମୀମାନେ ସ୍ୱାସ୍ଥ୍ୟ କଥା ବୁଝୁଛନ୍ତି ତଥା ଯୋଉମାନଙ୍କ ପାଖରେ ଲକ୍ଷଣ ଦେଖାଯାଉଛି ତାଙ୍କୁ ଟେଷ୍ଟ କରିବାକୁ ପ୍ରବାର୍ତାଉଛନ୍ତି ଓ ପୋଜିଟିଭ ହେଲେ ଔଷଧ ନେଇ ସଂଘରୋଧରେ ରହିବାକୁ ପରାମର୍ଶ ଦେଉଛନ୍ତି। କିଛି ଅମାନିଆଙ୍କ କାରଣରୁ ଏହି ସଂକ୍ରମଣ ବଢିଥିବାର ଦେଖି ତଲସରା ଥାନା ଅଧିକାରୀଙ୍କ ତରଫରୁ ଯାଞ୍ଚ କଡ଼ାକଡ଼ି କରିବାକୁ ନିର୍ଦେଶ ଦିଆଯାଇଛି । ପ୍ରଶାସନ ତରଫରୁ ଜନଗହଳି କୁ ରୋକିବା ତଥା ମାସ୍କ ର ପ୍ରକୃତ ବ୍ୟବହାର, ସମୟ ବ୍ୟବଧାନରେ ହାତ ଧୋଇବା ଓ ସାମାଜିକ ଦୂରତା ବଜାୟ ରହିବାକୁ ଯାଞ୍ଚ କଡ଼ାକଡ଼ି କରାଯାଇଛି ।

Related Posts

About The Author

Add Comment