ଗାଁ ଦାଣ୍ଡରେ ବର୍ବର କାଣ୍ଡ, ହାତରେ ଖଣ୍ଡ ଧରି ମାରିବାକୁ ଉଦ୍ୟମ

Spread the love

ସୁନ୍ଦରଗଡ, ୮/୬/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ସୁନ୍ଦରଗଡ ଜିଲ୍ଲା ଭସମା ଥାନା ଅନ୍ତର୍ଗତ ଯୋଗୀମାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁ ଦାଣ୍ଡରେ ବର୍ବର କାଣ୍ଡ, ହାତରେ ଖଣ୍ଡ ଧରି ମାରିବାକୁ ଉଦ୍ୟମ କରାଯାଇଛି । କୋବିଡ଼ ର ମହାମାରୀ ସମୟରେ ଅଙ୍ଗନବାଡି କର୍ମୀମାନେ ଘରକୁ ଘର ବୁଲି ସମସ୍ତଙ୍କୁ ସଚେତନର ବାର୍ତା ଦେଇ ଅଞ୍ଚଳକୁ ସୁରକ୍ଷିତ ରଖିବାର ସଂକଳ୍ପ ନେଇଥିବା ବେଳେ ଆଜି ଯୋଗୀମାଲ ଗ୍ରାମର ମଞ୍ଜୁଲତା ପଟେଲ  ହାତରେ ଖଣ୍ଡ ଧରି ଦୁଇ ଆଙ୍ଗନବାଡି କର୍ମୀଙ୍କୁ ମାରିବାକୁ ଉଦ୍ୟମ କରିଛି । ମମତା ଦିବସ ଥିବା ଅବସରରେ ଦୁହେଁ  ଶ୍ରଦ୍ଧାଞ୍ଜଳି ମାଝି ଓ ରଙ୍ଗବତୀ ଧୁରୁଆ  ଆଙ୍ଗନବାଡି କୁ ଯାଉଥିବା ସମୟରେ ଘଟିଛି ଏହି କାଣ୍ଡ । ପ୍ରାଣ ବିକଳରେ ଦୁହେଁ  ଅଙ୍ଗନବାଡି ଭିତରକୁ ପସିଯିବା ପରେ ପଛରେ ଗୋଡାଉଥିବା ମଞ୍ଜୁଲତା ପଟେଲ ବାହାରୁ ତାଲା ପକାଇଦେଇଥିଲେ ଅନେକ ସମୟ ଧରି ଭିତରେ ରହିବା ପରେ କୌଣସି ସୂତ୍ରରୁ ଭସମା ପୋଲିସ ଖବର ପାଇ ତାଙ୍କୁ ଉଦ୍ଧାର କରିଥିଲେ ଓ ମଞ୍ଜୁଲତା ପଟେଲଙ୍କୁ ଗିରଫ କରିଥିଲେ । ଏ ନେଇ ଭସମା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

Related Posts

About The Author

Add Comment