ଲେଫ୍ରିପଡା ସୁଆରିଜୋର ଗ୍ରାମରେ ୬୨ କୋବିଡ଼ ଚିହ୍ନଟ,କଣ୍ଟେନମେନ୍ଟଜୋନ ଘୋଷଣା ଦାବି

Spread the love

 

ସୁନ୍ଦରଗଡ, ୧୮/୫/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ସୁଆରିଜୋର ଗ୍ରାମରେ କୋବିଡ଼ ସଂକ୍ରମଣ ବଢ଼ିବାରେ ଲାଗିଥିବାବେଳେ ଆଜି ଆଣ୍ଟିଜେନ ଟେଷ୍ଟ କରାଯାଇ ଥିଲା । ଏଥିରେ ୬୨ ଜଣ ପସିଟିଭି ଚିହ୍ନଟ ହେବାର ସ୍ୱାସ୍ଥ୍ୟ ବିଭାଗରୁ ଜଣାପଡିଛି । ଆଗାମୀ ଦିନରେ ଅନେକାଂଶରେ ମହାମାରୀ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏହି ଅଞ୍ଚଳର କିଷାନ ପଡ଼ାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ଅନେକ ଥର ଅନୁରୋଧ କରାଗଲେ ମଧ୍ୟ ସ୍ଥାନୀୟ ସରପଞ୍ଚ କର୍ଣ୍ଣପାତ ନ କରିବା ଅଭିଯୋଗ ଆସିଛି  କାରଣ ଯେତିକି ପୋଜିଟିଭ ସଂଖ୍ୟା ଅଛନ୍ତି ଅନେକାଂଶ କିଷାନ ପଡାର ଥିବା ସୂତ୍ରରୁ ଜଣାପଡ଼ିଛି ତେଣୁ ଯଥାଶୀଘ୍ର ଏହି ଅଂଚଳକୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରିବାକୁ ଦାବି କରୁଛନ୍ତି ।


Related Posts

About The Author

Add Comment