
ମୋର ଗୁହାରୀ
ଲିଙ୍ଗରାଜ ପଣ୍ଡା , ବାରିପଦା
କିମ୍ପା ନିରାପକ୍ଷ କରୁଅଛି ମୋତେ
କେଉଁ ଦୋଷ ମୋର ଧରି
ନିଷ୍ଣୁର ତୋ ହିଆ ନ ବସେ ତେ ଦୟା
ଭକ୍ତ ପ୍ରାଣ ଖୁଆ ହରି ||୧||
ହେଉଅଛି ଯାହା ନ ଜାଣୁ କି ତାହା
ଅନ୍ତର୍ଯ୍ୟାମୀ ନାମ ବହି
ମୋତେ କୋପକରି କି ଯଶ ଅର୍ଜିବୁ
ଭଗତ ଜୀବନ ଖାଇ ||୨||
ବୋଲାଇ ଠାକୁର ହେଉଛୁ ଚତୁର
କେତେ ଦେଉଛି ଗଞ୍ଜଣା
କୃପାସିନ୍ଧୁ ନାମ ବିଅର୍ଥ ହେଉଛି ।
ନ ହେଉଛି ବୁଝାମଣା ||୩||
ଛନ୍ଦକୂଟ ପାଞ୍ଚି ମାୟା ମୋହ ରଞ୍ଚି
ପକାଇ ସିନ୍ଧୁ ସୋହତେ
କୋଟିଏ କୀଟରୁ ଅନ୍ତର କରିଛୁ
କି ପାଇଁ ଚାହିଁବୁ ମୋତେ ||୪||
ମୋହର କି ଦୋଷ ତୋ ରଞ୍ଚିଲା ଯଶ
ବୁଡାଇ ମାରୁଛୁ ଧରି
ମାୟାକୁ ପେଶନ୍ତେ ସାଧୁ ଅଛୁ ମୋତେ
ଯେସନେ ଶତୁ ଭଗାରି ||୫||
ନାବେ ନ ବସାଇ ଜଳରେ ଭସାଇ
କରୁ ଅଛୁ ଅଣହେଳା
ଉତ୍ସଗ୍ରେ ଉଠାଇ ନିଶୁଣୀ କଟାଇ
ଭବେ ବୁଡାଇଛୁ ଭେଳା ||୬||
ଏ ଦୁର୍ଲଭ ପିଣ୍ଡ ଅନୁକ୍ଷଣେ ଦଣ୍ଡ
ନ ପାରଇ ପ୍ରଭୁ ସହି
ପିଣ୍ଡ ପ୍ରାଣ ଆଦି ସମର୍ପଣ କଲି
ତୁମ୍ଭ ପାଦତଳେ ନେଇ ||୭||
ନାହିଁ ମୋ ଭରସା ତୋତେ କରି ଆଶା
ଦେଖ ତୁ ମୋର ବିକଳ
ଆପେ ବିଜେ ହୋଇ ଅନ୍ତଃପୁରେ ନେଇ
ଲଗାଇ ବ୍ରହ୍ମ ଅନଳ ||୮||
ଆଜ୍ଞାରେ ବିଦିତ ତ୍ରିପୁର ଜଗତ
ସତ୍ୟ ଯେବେ ରବି ଶଶୀ
ଘେନ ମୋ ଜଣାଣ ପ୍ରଭୁ ନାରାୟଣ
ପାପ କର ଭସ୍ବରାଶି ||୯||
ଅନ୍ତର୍ଯ୍ୟାମୀ ନାଥ ଜଗତର ତାତ
ତ୍ରିଭୁବନେ ଧନ୍ୟ ଧନ୍ୟ
ଭକତ ନିମନ୍ତେ ପରୀକ୍ଷା ନ ଦେଲେ
ତୋତେ ହିଁ ମୋହରି ରାଣ ||୧୦||
ତୋହରି କୃପାରେ ସତ୍ୟ ନିଷ୍କାମରେ
ବେଳହୁଁ ଜାଣିଛି ମୁହିଁ
ଶୁଭିଲା ଶବଦ ନିର୍ବେଦରୁ ଭେଦ
ରୂପ ଗୁଣେ ଜ୍ଞାନ ନାହିଁ ||୧୧||
ଲଗାଇଛି ହେଜି ପିଣ୍ଠ ପ୍ରାଣ ତେଜି
ଅବନା ମଣ୍ଡଳେ ଚିତ୍ତ
ବୁଝିବୁ ଅବଶ୍ୟ ଭୋ ଧର୍ମ ପୁରୁଷ
ଚାରିଯୁଗେ ଯେବେ ସତ୍ୟ || ୧୨ ||
ରକ୍ଷା କରିବାକୁ ଘୋର ଦଶା ଦୁଃଖୁଁ
ସଖା ସୋଦର ମୋ ନାହିଁ
ନାହିଁ ତାତ ମାତ ଇଷ୍ଟ ବନ୍ଧୁ ଭ୍ରାତ
ଅନାଥ ପ୍ରାଣୀ ଅଟଇ ||୧୩||
ଲେଖୁଅଛୁ ଯାହା ଭଅଛି ତାହା
ଅଦୃଷ୍ଟ କର୍ମକୁ ମାନି
ପୋଷୁଛି ଉଦର ଦିବସ ଅନ୍ଧାର
ଦୁଃଖେ ପଡି ମୁ ଆଣି ||୧୪||
ଏ ନର ଦେବାନ୍ତ ବ୍ରାହ୍ମଣ ପଣ୍ଡିତ
କେହି ନୁହଁନ୍ତି ଭାର୍ଜନ
ଏ ଘୋର ବିପରି ଖଡଗରେ କାଟି
ଏକା ପେଡିବେ ଆପଣ ||୧୫||
ଏକାକ୍ଷର ପାଦ ହୃଦେ ଗୁଣବାଦ
ନିରନ୍ତରେ କରି ଆଶା
ଅଧୁକ ବିଷୟା ନ ପାରଇ ତାହା
ନାମ ଭଜନେ ତପସ୍ୟା ||୧୬||
Related Posts
About The Author
Add Comment