ନୂଆଦିଲ୍ଲୀ, ୨୪/୧୦/୨୦ (ସନ୍ଧାନ ନିଉଜ) : ଶିବହାର ବିଧାନସଭା ନିର୍ବାଚନ ସମୟରେ ବିହାରରେ ଏକ ବଡ଼ ଘଟଣା ଘଟିଛି। ଶିବହାରର ହାଥସର ଗ୍ରାମରେ ଜନତା ଦଳ ରାଷ୍ଟ୍ରବାଦୀ ପ୍ରାର୍ଥୀ ଶ୍ରୀନାରାୟଣ ସିଂଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ସମୟରେ ତାଙ୍କର ଦୁଇରୁ ତିନି ଜଣ ସମର୍ଥକଙ୍କୁ ମଧ୍ୟ ଗୁଳି କରାଯାଇଛି। ଏହି ଘଟଣାରେ ଶ୍ରୀନାରାୟଣଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଉଲ୍ଲେଖନୀୟଯେ, ଶ୍ରୀନାରାୟଣ ସିଂ ନିର୍ବାଚନ ପ୍ରଚାର ପାଇଁ ଶିବରର ହାଥସର ଗ୍ରାମକୁ ଯାଇଥିଲେ। ଏହି ସମୟରେ କିଛି ଅପରାଧୀ ତାଙ୍କୁ ଆକ୍ରମଣ କରିଥିଲେ। ଆହତ ଶ୍ରୀନାରାୟଣଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେ ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଥିଲେ। ସୂଚନାଅନୁଯାୟୀ, ନିର୍ବାଚନ ପ୍ରଚାର କରିବାକୁ ବାହାରିଥିବା ଶ୍ରୀନାରାୟଣଙ୍କ ରାଲି ଉପରେ ହଠାତ୍ ଦଶ ଜଣ ସଶସ୍ତ୍ର ବ୍ୟକ୍ତି ଆକ୍ରମଣ କରିଥିଲେ। ସେମାନେ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ଶ୍ରୀନାରାୟଣଙ୍କ ସମେତ ୫ ଜଣଙ୍କୁ ଗୁଳି ଲାଗିଛି। ସେଥିମଧ୍ୟରୁ ଶ୍ରୀନାରାୟଣଙ୍କ ସମେତ ତିନି ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ଦୁଇଜଣଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବା କୁହାଯାଉଛି। ଗୁଳି କରିବାପରେ ଆକ୍ରମଣକାରୀମାନେ ସେଠାରୁ ପଳାଇ ଯାଇଥିଲେ, ଏହି ସମୟରେ ଗ୍ରାମବାସୀ ସାହସ ଦେଖାଇ ଜଣଙ୍କୁ ଧରିଦେଇଥିଲେ। ଗ୍ରାମବାସୀ ଆକ୍ରମଣକାରୀଙ୍କୁ ଅତିଷ୍ଠ ଭାବରେ ପିଟିଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି। ଏଥି ସହ ଆକ୍ରମଣକାରୀକୁ ପୋଲିସ ଗିରଫ କରି ପଚରାଉଚରା ଜାରି ରଖିଛି।
ଜନତା ଦଳ ରାଷ୍ଟ୍ରବାଦୀ ପ୍ରାର୍ଥୀ ନାରାୟଣ ସିଂ ଗୁଳିକରି ହତ୍ୟା
|
October 24, 2020 |
