ପ୍ରକୃତିର ଲକ୍ଷ୍ମୀଭଣ୍ଡାର ଶିମିଳିପାଳ

Spread the love

ବାରିପଦା ଅଫିସ, ୧୦/୯(ସନ୍ଧାନ ନ୍ୟୁଜ୍,) :- ଶିମିଳିପାଳ ଜୈବ ମଣ୍ଡଳ ଉପରେ ଚାଲିଥିବା ମନୁଷ୍ୟକୃତ ଅତ୍ୟାଚାର ପାଇଁ ଜୈବ ବିବିଧତା ବ୍ୟାପକ ପ୍ରଭାବିତ ହୋଇଛି। ଯେଉଁଥିପାଇଁ ଶ୍ରୀହୀନ ହେବାକୁ ବସିଛି ପ୍ରକୃତିର ଲକ୍ଷ୍ମୀ ଭଣ୍ଡାର ଏହି ଶିମିଳିପାଳ। ଏହା ଉପରେ ନିର୍ଭରଶୀଳ ବନବାସୀଙ୍କ ବନଜାତ ଦ୍ରବ୍ୟ ସଂଗ୍ରହ ବନ୍ଦ ସାଙ୍ଗକୁ ରୋଜଗାରରେ ଲାଗିଛି ଅଙ୍କୁଶ । ଓଡ଼ିଶାରେ ଥିବା ୨ଟି ଜାତୀୟ ଉଦ୍ୟାନ ଓ ୧୮ଟି ଅଭୟାରଣ୍ୟ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜୈବ ମଣ୍ଡଳ ମଧ୍ୟରେ ରହିଛି ୧୨୦୦ଟି ଗାଁ । ସେଥିମଧ୍ୟରୁ ୧୦ଟି ବ୍ଲକ୍‌ର ୬୦ଟି ପଞ୍ଚାୟତ ଅନ୍ତର୍ଗତ ପ୍ରାୟ ୪ଲକ୍ଷ ଜନସାଧାରଣ ଶିମିଳିପାଳର ଅତି ନିକଟତର । ଏମାନଙ୍କ ମଧ୍ୟରୁ ଆଦିମ ଜନଜାତି ଶ୍ରେଣୀରଖଡ଼ିଆ, ମାଙ୍କଡ଼ିଆ ଓ ଲୋଧାମାନଙ୍କର ସଂଖ୍ୟା ୧୦ହଜାର ଏହି ୪ଲକ୍ଷ ଲୋକ ସିଧାସଳଖ ଭାବେ ଜୀବନଜୀବିକା ପାଇଁ ଶିମିଳିପାଳ ଉପରେ ନିର୍ଭର କରିଥାନ୍ତି। ପ୍ରାଚୀନ କାଳରୁ ଏହି ଆଦିମ ଅଧ୍ୟବାସୀଙ୍କର ଜଙ୍ଗଲ ସହିତ ସମ୍ପର୍କ ଅତି ନିବିଡ଼ । ଜଙ୍ଗଲ ସେମାନଙ୍କୁ ଦେଇଥାଏ ଋତୁଭିତ୍ତିକ ଖାଦ୍ୟ, ଔଷଧ, ସ୍ୱଚ୍ଛଜଳ, ମୁକ୍ତ ପବନ ଏବଂ ରୋଜଗାରର ମାଧ୍ୟମ । ପୂର୍ବରୁ ଜଙ୍ଗଲରୁ ଯେଉଁ ଋତୁଭିତ୍ତିକ ଖାଦ୍ୟ ମିଳୁଥିଲା ତାହା ଆଦିମ ଅଧ୍ୟବାସୀଙ୍କ ପାଇଁ ଥିଲା ଅମୃତତୁଲ୍ୟ । ମାତ୍ର ଜଙ୍ଗଲର ଦୃତ କ୍ଷୟ ସେମାନଙ୍କ ଜୀବନ ଧାରାକୁ କରିଛି ଶୁଷ, ରସହୀନ ଓ ମରୁମୟ ।  ଶିମିଳିପାଳ ସ୍ବତନ୍ନ ଜନଜାତି, ଜୀବଜନ୍ତୁ, ବୃକ୍ଷଲତା ଏବଂ ଅମଲାଙ୍ଗ ର ଜନ୍ମମାଟି ହୋଇଥିବାରୁ ଏହା ସାରା ବିଶ୍ବବାସୀଙ୍କ ପାଇଁ ପ୍ରୟୋଗ କ୍ଷେତ୍ର ଭାବେ ପରିଚୟ ସୃଷ୍ଟି କରିଥୁଲା । ଏଠାରେ ୧୦୭୬ ପ୍ରଜାତିର ବୃକ୍ଷଲତା, ୯୪ ପ୍ରକାର ଅସ୍‌, ୬୦୪ ପ୍ରକାର ଔଷଧୀୟ ବୃକ୍ଷ, ୫୫ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୩୦୪ ପ୍ରଜାତିର ପକ୍ଷୀ, ୬୨ ପ୍ରକାର ସରୀସୃପ, ୨୦ ପ୍ରଜାତିର ଉଭୟଚର ପ୍ରାଣୀ ଓ ଅସଂଖ୍ୟ ପ୍ରଜାତିର କୀଟପତଙ୍ଗ ଦେଖୁବାକୁ ମିଳେ। ଓଡ଼ିଶାର ସର୍ବବୃହତ ଜିଲ୍ଲା ମୟୂରଭଞ୍ଜର ଆୟତନ ୧୦,୪୧୮ ବର୍ଗ କି.ମି ହୋଇଥିବା ବେଳେ ସେଥିମଧ୍ୟରୁ ଶିମିଳିପାଳ ଜୈବ ମଣ୍ଡଳ ପାଇଁ ୫୫୬୯ ବର୍ଗ କି.ମି ସଂରକ୍ଷିତ ଗତ ୧ ଦଶନ୍ଧି ଧରି ଶିମିଳିପାଳରେ ମନୁଷ୍ୟକୃତ ଅଗ୍ନିକାଣ୍ଡ ପାଇଁ ବିଭିନ୍ନ ପ୍ରକାର ବୃକ୍ଷଲତା, ଅକିଜ୍ ଓ କୀଟପତଙ୍ଗ ଲୁପ୍ତ ହୋଇଗଲେଣି । ଏହା ପ୍ରାମା ବୈଦ୍ୟ ଏବଂ ଆୟୁର୍ବେଦିକ ପ୍ରୟୋଗଶାଳାରେ ଔଷଧ ତିଆରି କ୍ଷେତ୍ରରେ ମୁଖ୍ୟ ପ୍ରତିବନ୍ଧକ ସୃଷ୍ଟି କରିଛି। କେବଳ ବୃକ୍ଷଲତା ନୁହେଁ, ବହୁ ଜୀବଜନ୍ତୁ ଗ୍ରାମାଭିମୁଖୀ ହୋଇ ମଣିଷର ଶିକାର ହୋଇଛନ୍ତି। ପୂର୍ବରୁ ଏହି ବନବାସୀମାନେ ଶିମିଳିପାଳରୁ ବିଭିନ୍ନ ରତୁଭିକ ଖାଦ୍ୟ ସହ ବିଭିନ୍ନ ପ୍ରକାର କୋଳି, ଫଳମୂଳ ପାଉଥିଲେ ଏବଂ ଜଙ୍ଗଲରୁ ମିଳୁଥିବା ଲାଖ, ଝୁଣା, ପାଳ ଓ ମହୁ ଭଳି ବହୁ ସାମଗ୍ରୀ ସଂଗ୍ରହ କରି ଚଳୁଥିଲେ। ମାତ୍ର ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଉପରେ କଟକଣା ପରେ ବନବାସୀଙ୍କ ରୋଜଗାରରେ ଅଙ୍କୁଶ ଲାଗିଛି । ଏହା ବ୍ୟତୀତ ଆଦିବାସୀମାନେ ପାରମ୍ପରିକ ଖାଦ୍ୟ ହାଣ୍ଡିଆ ପ୍ରସ୍ତୁତିରେ ମୁଖ୍ୟତଃ କୁକୁଚି ଛାଲି, ସତାବରୀ, ମୟୂରଝାଲିଆ, ଭୂଇଁ ନିମ୍ବ, ମୂଷାକାନି ଓ ଅନ୍ୟାନ୍ୟ ଚେରମୂଳ ବ୍ୟବହାର କରିଥାନ୍ତି। ମାତ୍ର ଏସବୁ ସାମଗ୍ରୀର ଅଭାବ ହେବାରୁ କୃତ୍ରିମ ଉପାୟରେ ହାଣ୍ଡିଆ ତିଆରି କରି ଖାଇବା ଯୋଗୁଁ ବହୁ ବନବାସୀ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି । ବର୍ତ୍ତମାନର କରୋନା ସଂକ୍ରମଣ ମଧ୍ୟ ଶିମଳିପାଳ ସଂଲଗ୍ନ ବନବାସୀଙ୍କ ଗ୍ରାମରେ ଦେଖାଦେବା ତାର ପ୍ରମାଣ। ତେବେ ଶିମିଳିପାଳର ପ୍ରାକୃତିକ ସମ୍ବଳର ଅପବ୍ୟବହାର ଜୈବ ବିବିଧତାର ଅବକ୍ଷୟର ପ୍ରମୁଖ କାରଣ ବୋଲି ପରିବେଶବିତ୍ ଡା. ସନତ କୁମାର ଦାଶ ମତ ଦେଇଛନ୍ତି। ସେ ଯାହା ହେଉନା କାହିଁକି, । ପ୍ରକୃତିରାଣୀର ଉପହାର ଶିମିଳିପାଳକୁ ସୁରକ୍ଷା ଦେବା ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଆଗେଇ କୁ ଆସିବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

Related Posts

About The Author

Add Comment