ଭୁବନେଶ୍ୱର ୦୧/୦୬ (ସନ୍ଧାନ ନିଉଜ): କରୋନାସଂକ୍ରମଣକୁ ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏ ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ଇତିମଧ୍ୟରେ ୪ଲକ୍ଷ ୨୬ ହଜାରରୁ ଅଧିକ ଲୋକ ରାଜ୍ୟକୁ ଫେରିଛନ୍ତି । ଯେତେ ଅଧିକ ଲୋକ ଆସିବେ ସେତେ ସଂକ୍ରମଣ ବଢ଼ିବ। ତେଣୁ ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ ରହିବ। ଏହି ଜିଲ୍ଲାଗୁଡ଼ିକ ହେଲେ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ବଲାଙ୍ଗିର। ଏହି ଜିଲ୍ଲା ଗୁଡ଼ିକରେ ଦୁଇ ଦିନିଆ ସଟଡାଉନ ଜାରି ହେବ। ଜୁନ୍ ୩୦ ତାରିଖ ଯାଏଁ ଏହି ନିୟମ ବଳବତ୍ତର ରହିବ।