ବିହାରରେ ଜଣେ କରୋନା ପଜିଟିଭ୍ ଥିବା ରୋଗୀଙ୍କର ମୃତ୍ୟୁ

Spread the love

ବିହାର, ୨୨/୩/୨୦ (ସନ୍ଧାନ ନିଉଜ): ବିହାରରେ କାରଣ ଭୁତାଣୁ ଆକ୍ରାନ୍ତ ପ୍ରଥମ ମୃତ୍ୟୁ ହୋଇଛି। କିଡନୀ ରୋଗରେ ମୃତ୍ୟୁବରଣ କରିଥିବା ସେହି ବ୍ୟକ୍ତିଙ୍କ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଥିବା ଜଣାପଡିଛି। ବିହାର ମୁଖ୍ୟ ଶାସନ ସଚିବ ଦୀପକ କୁମାର କହିଛନ୍ତି, ଆଇସିଏମଆର ରାଜ୍ୟରେ କରୋନା ଭାଇରସର ଦୁଇଟି ପଜିଟିଭ ମାମଲା ଚିହ୍ନଟ ହୋଇଛି। କୁମାର କହିଛନ୍ତି, କିଡନୀ ଅଚଳ ହେବା କାରଣରୁ ଗତକାଲି ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। କରୋନା ପଜିଟିଭ୍ ଥିବା ଜଣେ ମହିଳା ମଧ୍ୟ ଏବେ ଏମ୍ସରେ ଚିକିତ୍ସିତ ହେଉଥିବା ସେ କହିଛନ୍ତି। କିଡନୀ ଫେଲ ହେତୁ ଶନିବାର ଦେହାନ୍ତ ହୋଇଥିବା ୩୮ ବର୍ଷୀୟ ବ୍ୟକ୍ତିଙ୍କ ନମୁନା କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ପାଟଣା ଏମ୍ସ ଡାକ୍ତର ପ୍ରଭାତ କୁମାର ସିଂ କହିଛନ୍ତି।

ସିଂହ କହିଛନ୍ତି, ସେହି ମୃତ ବ୍ୟକ୍ତି ମୁଙ୍ଗେର ଜିଲ୍ଲାର ବାସିନ୍ଦା ଏବଂ ସେ କୋଲକାତାରୁ ଆସି ପାଟଣାରେ ପହଞ୍ଚିବା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୃତ୍ୟୁ ପରେ ହସ୍ପିଟାଲ ପ୍ରଶାସନ ତାଙ୍କ ନମୁନାକୁ କୋଭିଡ-୧୯ ପରୀକ୍ଷା ପାଇଁ ପଠାଯାଇଥିଲା ଏବଂ ପଜିଟିଭ୍ ଚିହ୍ନଟ ହୋଇଥିଲା। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅନୁଯାୟୀ ମାର୍ଚ୍ଚ ୨୨ ସୁଦ୍ଧା ୩୪୧ ଜଣଙ୍କ ନମୁନା ପଜିଟିଭ ଆସିଛି।

Related Posts

About The Author

Add Comment