Spread the love

ନୂଆଦିଲ୍ଲୀ୨୩/୦୨/୨୦ (ସନ୍ଧାନ ନିଉଜ) : ଉତ୍ତର ପ୍ରଦେଶର ସୋନଭଦ୍ର ବର୍ତ୍ତମାନ ସୁନାଖଣିକୁ ନେଇକରି ଚର୍ଚ୍ଚାରେ ଅଛି। ଜିଓଲୋଜିକାଲ ସର୍ବେ ଅଫ ଇଣ୍ଡିଆ (ଜିଏସ୍ଆଇ) ଶନିବାରଦିନ ଖଣିରେ ୩୦୦୦ ହଜାର ଟନ ନାହିଁ, କିନ୍ତୁ କେବଳ ୧୬୦ କିଲୋ ସୁନା ହେବାର ଦୃଢ଼ୋକ୍ତି କରିଛି। ଜିଏସ୍ଆଇର ନିର୍ଦେଶକ ଡଃ ଜିଏସ ତିୱାରୀ କହିଛନ୍ତି କି ସୋନଭଦ୍ରର ଖଣିରେ ୩୦୦୦ ଟନ ସୁନା ହେବାର କଥା ଜିଏସ୍ଆଇ ମାନେନାହିଁ। ସୋନଭଦ୍ରରେ ୫୨୮୦୬.୨୫ ଟନ ସ୍ବର୍ଣ୍ଣ ପଥର ହେବାର କଥା କୁହାଯାଇଛି ଏହାର ଅର୍ଥ ନୁହେଁ କି ଶୁଦ୍ଧ ସୁନା।

ସୋନଭଦ୍ରରେ ମିଳିଥିବା ସ୍ବର୍ଣ୍ଣ ପଥରରେ ପ୍ରତି ଟନରୁ କେବଳ ୩.୦୩ ଗ୍ରାମ ହିଁ ସୁନା ବାହାରିବ। ଏହି ସମ୍ପୂର୍ଣ୍ଣ ଖଣିରୁ ୧୬୦ କିଲୋ ସୁନା ହିଁ ବାହାରିବ। ତିୱାରୀ କହିଛନ୍ତି କି ସୋନଭଦ୍ରରେ ସୁନାର ତଲାସି ବର୍ତ୍ତମାନ ଜାରୀ ଅଛି। ଜିଏସ୍ଆଇର ସର୍ଭେ ବର୍ତ୍ତମାନ ଚାଲୁଛି। ସେଠାରେ ସୁନା ମିଳିବାର ସମ୍ଭାବନାକୁ ବର୍ତ୍ତମାନ ମନାକରା ଯାଇପାରିବ ନାହିଁ। କିନ୍ତୁ ବର୍ତ୍ତମାନ ଯେଉଁ ଅୟସ୍କ ମିଳିଛି, ସେଥିରୁ ୧୬୦ କିଲୋ ହିଁ ସୁନା ବାହାରିବ।

ସୂଚନାଯୋଗ୍ୟଯେ, ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାର ସୋନ ଏବଂ ହରଦୀ ପାହାଡ଼ରେ ଅଧିକାରିମାନେ ସୁନା ମିଳିବାର ପୁଷ୍ଟି କରିଥିଲେ। ତା’ ବ୍ୟତୀତ ସେହି କ୍ଷେତ୍ରର ପାହାଡ଼ରେ ଏଣ୍ଡାଲୁସାଇଟ, ପୋଟାଶ, ଲୌହ ଅୟସ୍କ ଆଦି ଖଣିଜ ପଦାର୍ଥ ଥିବାକଥା ମଧ୍ୟ ଚର୍ଚ୍ଚାକୁ ଆସୁଛି। ସେହି କ୍ଷେତ୍ରର ଆଖପାଖରେ ପାହାଡ଼ଗୁଡ଼ିକରେ କ୍ରମାଗତଭାବେ ୧୫ ଦିନରୁ ହେଲିକ୍ୟାପ୍ଟରରେ ସର୍ଭେ କରାଯାଉଛି। କୁହାଯାଉଛି କି ଏରିଏଲ୍ ସର୍ଭେ ମାଧ୍ୟମରେ ୟୁରାନିୟମ ଥିବା ଜଣାପଡ଼ିଛି।

ଭାରତରେ ସବୁଠାରୁ ଅଧିକ ସୁନା କର୍ଣ୍ଣାର୍ଟକର ହୁତ୍ତୀ ଖଣିରୁ ବାହାର କରାଯାଉଛି। ଏହି କାରଣରୁ ଭାରତରେ କର୍ଣ୍ଣାଟକ ସୁନାର ସବୁଠାରୁ ବଡ଼ ଉତ୍ପାଦକ ରାଜ୍ୟ ଅଟେ। ତା’ ପରେ ଆନ୍ଧ୍ରପ୍ରଦେଶ ଦ୍ୱିତୀୟ ସବୁଠାରୁ ବଡ଼ ସୁନା ଉତ୍ପାଦକ ରାଜ୍ୟ ଅଟେ। ଏମାନଙ୍କର ବ୍ୟତୀତ ଝାରଖଣ୍ଡ, କେରଳ ଏବଂ ମଧ୍ୟପ୍ରଦେଶରୁ ମଧ୍ୟ ସୁନାର ଛୋଟ-ବଡ଼ ଖଣି ଅଛି।

Related Posts

About The Author

Add Comment