2 ଦିନ ମଧ୍ୟରେ କଟକ ରେଳ ଷ୍ଟେସନରେ 15 କୁମ୍ଭମେଳା ଫେରନ୍ତା ପଜିଟିଭ ଚିହ୍ନଟ

Spread the love

କଟକ,୦୨୧/୦୪/୨୧ (ସନ୍ଧାନ ନିଉଜ) :  ଚିନ୍ତା ବଢ଼ାଇଛନ୍ତି କୁମ୍ଭମେଳା ଫେରନ୍ତା । କଟକ ରେଳଷ୍ଟେସନରୁ ଗଲା ଦୁଇ ଦିନ ଭିତରେ ୧୫ ଜଣ କୁମ୍ଭ ମେଳା ଫେରନ୍ତା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ଟ୍ରେନରେ ଆହୁରି ଅନେକ ଶ୍ରଦ୍ଧାଳୁ କଟକ ଆସୁଥିବା ସୂଚନା ମିଳିଛି। ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ଆରଟିପିସିଆର୍ ପରୀକ୍ଷା ବ୍ୟବସ୍ଥା କଟକ ଷ୍ଟେସନରେ କରାଯାଇଛି।ଦୁଇ ଦିନରେ ୬୩ ଜଣ କୁମ୍ଭ ମେଳା ଫେରନ୍ତା କଟକ ରେଳଷ୍ଟେନରେ ଓହ୍ଲାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୫ଜଣ କୋଭିଡ୍‌ରେ ସଂକ୍ରମିତ ହୋଇଛନ୍ତି । ଏମାନେ ସମସ୍ତେ ହେଉଛନ୍ତି କଟକ ସହରର ବାସିନ୍ଦା । ଆକ୍ରାନ୍ତଙ୍କ ମଧ୍ୟରେ ମଧୁପାଟଣା, କଲ୍ୟାଣୀନଗର ଅଞ୍ଚଳରୁ ୮ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ବିଦ୍ୟାଧରପୁର, ଫୁଲନଖରା, କଲେଜ ଛକ ଅଞ୍ଚଳର ୭ ଜଣ ସଂକ୍ରମିତ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ସଦ୍‌ଗୁରୁ ହସ୍ପିଟାଲ, ୬ ଜଣଙ୍କୁ ହୋମ ଆଇସୋଲେସନ୍‌ ଓ ୬ ଜଣଙ୍କୁ ବୋସ୍‌କୋଭିଡ୍ କେୟାର ସେଣ୍ଟରକୁ ପଠାଇ ଦିଆଯାଇଛି ବୋଲି ସହକାରୀ ଜିଲ୍ଲାପାଳ ଅଲକା ରାଣୀ ପଣ୍ଡା ସୂଚନା ଦେଇଛନ୍ତି। ରେକି ମିସନର ଅନେକ ଶ୍ରଦ୍ଧାଳୁ କୁମ୍ଭ ମେଳାକୁ ଯାଇଥିବା ବେଳେ ସେମାନେ ଏବେ ଫେରୁଛନ୍ତି । ମୋଟ ପ୍ରାୟ ଦୁଇ ଶହ ପାଖାପାଖି ଶ୍ରଦ୍ଧାଳୁ କୁମ୍ଭ ମେଳାରୁ ଫେରୁଛନ୍ତି ବୋଲି ଏବେ ପ୍ରଶାସନ ଆକଳନ କରୁଛି।

Related Posts

About The Author

Add Comment