ଆଦାନୀ ଧାମରା ପୋର୍ଟ ପରିସରରେ ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ

Spread the love

ଭଦ୍ରକ, ୨୦/୦୧/୨୦ (ସନ୍ଧାନ ନିଉଜ) : ଆଦାନୀ ଧାମରା ପୋର୍ଟ ପରିସରରେ ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଜାନୁଆରୀ ୧୧ରୁ ଆରମ୍ଭ ହୋଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ସୁରକ୍ଷା ସପ୍ତାହର ପ୍ରଚାର ପ୍ରସାର ଓ ସୁରକ୍ଷା ଉପରେ ପର୍ଯ୍ୟବେଷିତ ନାଟକ ମା୍ମମରେ ପୋର୍ଟରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀଙ୍କୁ ସୁରକ୍ଷା ସମ୍ବନ୍ଧିତ ବାର୍ତ୍ତା ପ୍ରଦାନ କରାଯାଇଥିଲା। ଉଦଘାଟନୀ ଦିବସରେ ପୋର୍ଟର ଉଚ୍ଚପଦସ୍ଥ ଅଧିକାରୀ ସୁନୀଲ ଥୋମାର, ତାପସ ଆଚାର୍ଯ୍ୟ ଓ ସୁବ୍ରତ ମଣ୍ଡଳ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସୁରକ୍ଷା ପତାକା ଉେ।ଳନ କରାଯାଇଥିଲା। ଚଳିତ ବର୍ଷର ଅନୁଚିନ୍ତା ଥିଲା; ‘ସୁରକ୍ଷାରେ ଯୁବଗୋଷ୍ଠୀ ଦ୍ୱାରା ପରିବର୍ତ୍ତନ ଆଣିବା’।

ଏହାକୁ ଲକ୍ଷ୍ୟ ରଖି ଭୁବନେଶ୍ୱରସ୍ଥିତ ଶଙ୍ଖଧ୍ୱନି ଅନୁଷ୍ଠାନ ଦ୍ୱାରା ସୁରକ୍ଷିତ ଗାଡି ଚାଳନା ଉପରେ ଏକ ଦିବସୀୟ ସଚେତନତା ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ପୋର୍ଟରେ କାର୍ଯ୍ୟରତ ୧୦ରୁ ଉର୍ଦ୍ଧ୍ୱ ଡ୍ରାଇଭର ଯୋଗ ଦେଇଥିଲେ। ଏହି ଜାତୀୟ ସୁରକ୍ଷା ସପ୍ତାହ ଅବସରରେ ସ୍ଥାନୀୟ ବିଦ୍ୟାଳୟ ଓ ଡପିସିଏଲ ଟାଉନସିପ୍‌ର ମହିଳାମାନଙ୍କୁ ନେଇ ସଡକ ସୁରକ୍ଷା ଉପରେ କୁଇଜ୍‌, ଚିତ୍ରାଙ୍କନ ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମ କରାଯାଇଥିଲା। ଉଦ୍‌ଯାପନୀ ଦିବସରେ ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ତ୍ରିପାଠୀ ଯୋଗ ଦେଇ ସଡକ ସୁରକ୍ଷା ନିୟମ ପାଳନ ଓ ସାବଧାନତାର ସହ ପୋର୍ଟ କାର୍ଯ୍ୟ ସଶ୍ଛାଦନ ଉପରେ ଗୁରୁତ୍ୱାରୋପ କରିଥିଲେ।

Related Posts

About The Author

Add Comment