ସୁନ୍ଦରଗଡ, ୧୩/୧/୨୦୨୦ (ସନ୍ଧାନ ନିଉଜ) : ଲହୁଣୀପଡା ବ୍ଲକ ଅନ୍ତର୍ଗତ ବରସୁଆଁ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି ସୂର୍ଯ୍ୟ ନମସ୍କାର ସପ୍ତାହ ।ମାନବ ସମାଜ ପ୍ରତି ସୂର୍ଯ୍ୟ ଙ୍କର ଆବଶ୍ୟକତା କୁ ଅନୁଧ୍ୟାନ କରି ଶିକ୍ଷା ବିକାଶ ସମିତି ଓଡିଶା ଙ୍କ ଯୋଜନା ଅନୁସାରେ ଓଡିଶା ର ପ୍ରତ୍ୟେକ ଶିଶୁ ମନ୍ଦିରରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି ।ଏହି କାର୍ଯ୍ୟକ୍ରମ ଟି ଚଳିତ ଜାନୁଆରୀ ମାସ ୬ ରୁ ୧୨ ତାରିଖ ମଧ୍ୟରେ ପାଳନ କରାଯାଉଅଛି ।ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର ।ଯେଉଁ ସୂର୍ଯ୍ୟଙ୍କର ଶକ୍ତି କୁ ବୈଜ୍ଞାନିକ ମାନେ ଏବେ ବୁଝି ଜାଣି ପାରିଛନ୍ତି, ସୂର୍ଯ୍ୟଙ୍କର ସେହି ଶକ୍ତିକୁ କୋଟି କୋଟି ବର୍ଷ ପୂର୍ବେ ଭାରତର ମୁନିଋଷିମାନେ ଜାଣିପାରି ହିନ୍ଦୁ ଧର୍ମରେ ସୂର୍ଯ୍ୟଙ୍କୁ ପୂଜା ଉପାସନା କରିବାର ସର୍ବପୁରାତନ ପଦ୍ଧତିର ବ୍ୟବସ୍ଥା କରିଯାଇ ଅଛନ୍ତି ।ଏହାହିଁ ହିନ୍ଦୁ ଧର୍ମ ର ମହନୀୟତା କୁ ପ୍ରମାଣିତ କରିଥାଏ ।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରାୟ ୪ଶହ ରୁ ଅଧିକ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।ମୁଖ୍ୟବକ୍ତା ଭାବେ ଆଚାର୍ଯ୍ୟ ଶ୍ରୀମାନ ଜ୍ଞାନେନ୍ଦ୍ର ମାହାନ୍ତ ଯୋଗଦେଇ ମାନବ ସମାଜ ପାଇଁ ସୂର୍ଯ୍ୟ ନମସ୍କାର ର ଆବଶ୍ୟକତା କୁ ଶିଶୁ ଭାଇ ଭଉଣୀ ମାନଙ୍କୁ ବୁଝାଇଥିଲେ ।
ସୂର୍ଯ୍ୟ ନମସ୍କାର କିଭଳି ଏକ ସୁସ୍ଥ ସମାଜ ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ତାହା ମଧ୍ୟ ତାଙ୍କ ବକ୍ତବ୍ୟ ରେ କହିଥିଲେ ଏବଂ ମନୁଷ୍ୟ ହିତରେ ଜାରୀ ଏଭଳି ଏକ କାର୍ଯ୍ୟକ୍ରମ ର ଯୋଜନା କରିଥିବାରୁ ସେ ଶିକ୍ଷା ବିକାଶ ସମିତି, ଓଡିଶା ଙ୍କୁ ମଧ୍ୟ ହୃଦୟତାର ସହିତ ଧନ୍ୟବାଦ ଜଣାଇଥିଲେ ।ଆଚାର୍ଯ୍ୟ ଜ୍ଞାନେନ୍ଦ୍ର ମାହାନ୍ତ ଓ ରୋହିତ କୁମାର ମାହାନ୍ତ କାର୍ଯ୍ୟକ୍ରମର ମୁଖ୍ୟ ଦାୟିତ୍ୱ ବହନ କରିଥିଲେ ।ବିଦ୍ୟଳୟର ପ୍ରଧାନ ଆଚାର୍ଯ୍ୟ ଶଶିଭୂଷଣ ମାହାନ୍ତଙ୍କ ଅନୁପସ୍ଥିତିରେ ଦାୟିତ୍ୱରେ ଥିବା ଆଚାର୍ଯ୍ୟା ଶ୍ରୀମତୀ ପ୍ରତିମା ପାତ୍ର କାର୍ଯ୍ୟକ୍ରମର ସର୍ବଦାୟିତ୍ୱ ବହନ କରିଥିଲେ ।