ବର୍ଦ୍ଧମାନ ରେଲୱେ ଷ୍ଟେସନ ବିଲ୍ଡିଂ ଭୁଷୁଡ଼ି ଅନେକ ଯାତ୍ରୀ ଆହତ

Spread the love

କୋଲକାତା, ୫/୧/୨୦୨୦ (ସନ୍ଧାନ ନିଉଜ) : ବର୍ଦ୍ଧମାନ ରେଲୱେ ଷ୍ଟେସନରେ ଶନିବାର ସଂଧ୍ୟାରେ ଏକ ବଡ଼ ଦୁର୍ଘଟଣା ହୋଇଛି। ଷ୍ଟେସନର ଗୋଟିଏ ଭାଗ ଅଚାନକ ଖସିପଡ଼ିଛି। ଯେଉଁଥିରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। କୁହାଯାଉଛି କି ଷ୍ଟେସନରେ ମେଣ୍ଟେନାନ୍ସ କାମ ଚାଲୁ ଥିଲା। ପ୍ରାଥମିକ ସୂଚନା ଅନୁସାରେ, ଦୁର୍ଘଟଣାରେ ୫ଜଣ ଲୋକ ଆହତ ହୋଇଛନ୍ତି ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି।

ବର୍ଦ୍ଧମାନ ରେଲୱେ ଷ୍ଟେସନ ହେଉଛି ପୂର୍ବ ରେଲୱେର ଏକ ମୁଖ୍ୟ ରେଲୱେ ଷ୍ଟେସନ ମଧ୍ୟରୁ ଗୋଟିଏ। ପଶ୍ଚିମ ବଙ୍ଗର ଏହି ରେଲୱେ ଷ୍ଟେସନରେ ଯେଉଁ ସମୟରେ ଏହି ଘଟଣା ହୋଇଥିଲା ସେହି ସମୟରେ ବଡ଼ ସଂଖ୍ୟାରେ ଯାତ୍ରୀ ଉପସ୍ଥିତ ଥିଲେ। ରେଲୱେ ସୂତ୍ର ଅନୁସାରେ, ଏହି ଘଟଣା ପରେ ଅନେକ ଯାତ୍ରୀ ଦବି ଥିବାର ଆଶଙ୍କା କରାଯାଉଛି। ଏହାକୁ ଦେଖି ଷ୍ଟେସନରେ ବଡ଼ଧରଣର ରେସ୍କ୍ୟୁ ଅପରେଶନ ଆରମ୍ଭ କରାଯାଇଛି, ଯେଉଁଥିରେ ଜରୁରୀକାଳୀନ ପ୍ରବନ୍ଧନ ଦଳ ସହିତ ରେଲୱେ ଏବଂ ସ୍ଥାନୀୟ ପୁଲିସର କର୍ମୀମାନେ ମଧ୍ୟ ସାମିଲ ଅଛନ୍ତି।

Related Posts

About The Author

Add Comment