ଭାରସାମ୍ୟ ହରାଇ କାର୍‌ଟି କଲ୍‌ଭର୍ଟରେ ପିଟି ହେବା ସହ ରାସ୍ତା ତଳକୁ ଖସିପଡ଼ିଥିଲା

Spread the love

ଭୁବନେଶ୍ୱର, ୫/୧/୨୦୨୦ (ସନ୍ଧାନ ନିଉଜ) *ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ସୁନ୍ଦରପଦାସ୍ଥିତ ହାଇଟେକ୍‌ କଲ୍ୟାଣ ପ୍ଲାଜାରେ ରହୁଥିବା ତ୍ରିଲୋଚନ ଜେନା ୩ବର୍ଷ ପୁଅ ଆଦର୍ଶଙ୍କ ମୁଣ୍ଡନ ନିମନ୍ତେ ସ୍ତ୍ରୀ ବନିତା ଜେନା(୩୦), ଏବଂ ବନ୍ଧୁ ଦଣ୍ଡପତି ପ୍ରତାପ, ତାଙ୍କ ସ୍ତ୍ରୀ ରିତୁ ଜେନା(୨୫) ଓ ଶାଳୀ ରଞ୍ଜିତା ଜେନା(୨୪)ଙ୍କ ସହ ଗତ ୨ତାରିଖ ଗୁରୁବାର ବିଳମ୍ବିତ ରାତିରେ ସୀମାଚଳମ୍‌ ଅଭିମୁଖେ କାର୍‌ ଯୋଗେ ଯାତ୍ରା କରିଥିଲେ*

*ପ୍ରତାପ ତାଙ୍କ କାର୍‌ ଓଡି୦୨-ବିବି- ୨୨୮୨କୁ ଚଳାଇଥିଲେ। ଶୁକ୍ରବାର ମଧ୍ୟାହ୍ନରେ ସେଠାରେ ପହଂଚିବା ପରେ ଶ୍ରୀବରାହ ଲକ୍ଷ୍ମୀନାରାୟଣଙ୍କ ନିକଟରେ ଆଦର୍ଶର ମୁଣ୍ଡନ କରାଯାଇଥିଲା। ପରେ ଉଭୟ ପରିବାର ସେଠାରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲାବୁଲି କରିଥିଲେ। ଶୁକ୍ରବାର ସେଠାରେ ରହି ଶନିବାର ସକାଳୁ ଫେରିବାର ଯୋଜନା ଥିଲା।*

*ମାତ୍ର ପ୍ରତାପ ରାତାରାତି ଫେରି ଆସିବାକୁ ତ୍ରିଲୋଚନଙ୍କୁ କହିଥିଲେ। ପରେ ବିଳମ୍ବିତ ରାତିରେ ପ୍ରତାପ କାର୍‌ ଚଳାଇ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ପ୍ରତାପଙ୍କ ପାର୍ଶ୍ୱ ସିଟ୍‌ରେ ତ୍ରିଲୋଚନ ବସିଥିବାବେଳେ ଅନ୍ୟମାନେ ପଛରେ ବସିଥିଲେ। ଭୋର ପ୍ରାୟ ୫ଟାରେ ମଚ୍ଛଲିପଟ୍ଟନମ୍‌ ନିକଟରେ କାର୍‌କୁ ଅଟକାଇ ସମସ୍ତେ ଚା’ ପିଇବା ପରେ ଗାଡ଼ିରେ ପୁଣି ବାହାରିଥିଲେ। ପ୍ରାୟ ସାଢ଼େ ୫ଟା ପାଖାପାଖି କାର୍‌ଟି ଭାରସାମ୍ୟ ହରାଇ କଲ୍‌ଭର୍ଟରେ ପିଟି ହେବା ସହ ରାସ୍ତା ତଳକୁ ଖସିପଡ଼ିଥିଲା। ଫଳରେ କାରରେ ଚାପିହୋଇ ଘଟଣାସ୍ଥଳରେ ପ୍ରତାପ, ତାଙ୍କ ସ୍ତ୍ରୀ ରିତୁ, ଶାଳୀ ରଞ୍ଜିତା, ତ୍ରିଲୋଚନଙ୍କ ସ୍ତ୍ରୀ ବନିତା ଓ ପୁଅ ଆଦର୍ଶଙ୍କ ମୃତ୍ୟୁ ଘଟିଥିଲା।*

*ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଦୁର୍ଘଟଣାଗ୍ରସ୍ତ କାର୍‌ ମଧ୍ୟରୁ ତ୍ରିଲୋଚନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସୋମପେଟା ପ୍ରାଥମିକ ଚିିକତ୍ସାକେନ୍ଦ୍ର ଏବଂ ପରେ ପଲାସା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। କ୍ରେନ୍‌ ସହାୟତାରେ ଗାଡ଼ିକୁ ଉପରକୁ ଉଠାଯାଇ କାର୍‌ ମଧ୍ୟରୁ ମୃତଦେହକୁ ପୋଲିସ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା।*

Related Posts

About The Author

Add Comment