Spread the love

ବାଲେଶ୍ୱର,  ୪/୧/୨୦ (ସନ୍ଧାନ ନିଉଜ) : ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଦେହୁର୍ଦ୍ଦା ଗାଁରେ ଜଣେ ନାବାଳିକା କଲେଜ ଛାତ୍ରୀଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟି ଫେରାର ଥିବା ଟ୍ୟୁସନ୍ ମାଷ୍ଟର କୁ ପୁଲିସ ପଶ୍ଚିମବଙ୍ଗରୁ ଗିରଫ କରିଛି । ସୁଚନାଯୋଗ୍ୟ- ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଦେହୁର୍ଦ୍ଦା ଗାଁର ରତନ ନାଥଙ୍କ ପୁଅ ବିଶ୍ୱଜିତ (୨୮) ଦୀର୍ଘ ୪ ବର୍ଷ ଧରି ସେହି ଗାଁର ଜନୈକ ବ୍ୟକ୍ତିଙ୍କ ଯୁକ୍ତ ଦୁଇରେ ପଢ଼ୁଥିବା ଝିଅକୁ ଟ୍ୟୁସନ୍ କରୁଥିଲେ। ସବୁଦିନ ଭଳି ଗତକାଲି ସନ୍ଧ୍ୟାରେ ମଧ୍ୟ ବିଶ୍ୱଜିତ ଟ୍ୟୁସନ୍ କରିବା ପାଇଁ ସମ୍ପୃକ୍ତ ନାବାଳିକାଙ୍କ ଘରକୁ ଯାଇଥିଲେ। ରାତି ୯ଟା ବେଳକୁ ଟ୍ୟୁସନ୍ ସରିବା ପରେ ବିଶ୍ୱଜିତ ଘର ଫାଟକ ସାମ୍ନାରେ ଛାତ୍ରୀଙ୍କ ସହ କଥା ହେଉଥିବାବେଳେ ତାଙ୍କ ମାଆ ଘର ଭିତରେ ଥିଲେ। ଦୁଇଜଣଙ୍କ ଭିତରେ କଥାବାର୍ତ୍ତା ଚାଲୁଥିବା ବେଳେ ହଠାତ୍ ବିଶ୍ୱଜିତ କୌଣସି ଏକ ଧାରୁଆ ଅସ୍ତ୍ରରେ ନାବାଳିକାଙ୍କ ବେକକୁ କାଟି ଫେରାର ହୋଇ ଯାଇଥିଲେ। ନାବାଳିକାଜଣକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିତ୍କାର କରିବାରୁ ପାଖ ପଡ଼ୋଶୀ ଓ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିବାରୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବିଶ୍ୱଜିତଙ୍କ ବାଇକ୍ (ଓଡି୦୧ଏନ୍‌-୪୭୩୬)କୁ ଜବତ କରିବା ସହ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ।

Related Posts

About The Author

Add Comment