ପ୍ରତି ଶୁକ୍ରବାର ହେବ ସାଇକେଲ୍ ବାର

Spread the love

ଭୁବନେଶ୍ୱର, ୧୩/୧୨ (ସନ୍ଧାନ ନିଉଜ) : ଏବେ ପ୍ରତି ଶୁକ୍ରବାର ହେବ ସାଇକେଲ୍ ବାର । ବିଏମସି, ବିଡିଏ, ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ବା ବିଏସସିଏଲରେ କର୍ମଚାରୀମାନଙ୍କୁ ଏବେ ଶୁକ୍ରବାର ଦିନ ସାଇକେଲରେ ଆସିବା ବାଧ୍ୟତାମୂଳକ କରାଯାଇଛି । ଆଜିଠାରୁ କାର୍ଯ୍ୟକାରୀ ହେଉଛି ଏହି ନିର୍ଦ୍ଦେଶ । ପ୍ରଦୂଷଣ ରୋକିବା ପାଇଁ ଏଭଳି ପ୍ରୟାସକୁ ସ୍ୱାଗତ କରାଯାଉଛି । ହେଲେ ବର୍ଷେ ତଳେ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା “ମୋ ସାଇକେଲ୍’’ ଯୋଜନା ଫସର ଫାଟି ଯାଇଛି । ଅଧିକାଂଶ ସାଇକେଲ ଗାଏବ ହୋଇଯାଇଛି । ଯାହା କିଛି ଅଛି ବାକି ରହିଛି ସେଥିରୁ ଅଧା ଅଚଳ ହୋଇପଡିଛି ।

୨୦୧୮ ନଭେମ୍ବର ୨୬ ତାରିଖ । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ “ମୋ ସାଇକେଲ୍’ ଯୋଜନା । ଏଥିପାଇଁ ଆସିଥିଲା ୨,୦୦୦ ସାଇକେଲ୍ । ସ୍କାର୍ଟ ସିଟି ପରିବହନ ପାଇଁ କାମ କରୁଥିବା “କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ’ ବା “କ୍ରୁଟ୍’ ଆରମ୍ଭ କରିଥିଲା ଏହି ବ୍ୟବସ୍ଥା । ଏହି ସାଇକେଲ୍ ଚଳାଇବା ପାଇଁ ଲୋକେ “ମୋ ସାଇକେଲ୍’ ଆପ୍ ଡାଉନଲୋଡ୍ କରୁଥିଲେ । ଆଉ ଦୈନିକ ବା ମାସିକ ଦେୟ ଦେଇ ସାଇକେଲ୍ ଚଳାଉଥିଲେ । ପ୍ରଥମ ପ୍ରଥମେ ଖୁବ୍ ଭଲରେ ଚାଲିଥିଲା “ମୋ ସାଇକେଲ’ ।

Related Posts

About The Author

Add Comment