ମାଲକାନଗିରି, ୧୯/୧୦ (ସନ୍ଧାନ ନିଉଜ) : 13 ବର୍ଷ ହେଲାଣି ଅଜଣା ରୋଗରେ ଚମ୍ପାଙ୍କ ଯନ୍ତ୍ରଣା ଅସହ୍ୟ ହେବା ଓ ଗରିବ ବାପାଙ୍କ ଦୁଃଖ ସହି ନପାରି ଗତ ଦୁଇଦିନ ତଳେ ଚମ୍ପା ଇଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ପଠାଇଥିଲେ । ଏହି ଖବର ଜିଲ୍ଲାପ୍ରଶାସନ ନିକଟରେ ପହଁଚିବା ପରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଜୟ କୁମାର ବୈଠାରୁ ଡାକ୍ତରିଦଳ ଗତକାଲି ଚମ୍ପା ଙ୍କ ଘରକୁ ଯାଇ ତାଙ୍କ ପରିସ୍ଥିତି ଅନୁଧ୍ୟାନ କରି ମାଲକାନଗିରି ଜିଲ୍ଲା ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତିକରିଛନ୍ତି । ଚମ୍ପା ଙ୍କର ଗୋଡ ହାତର ଶିରା ଗୁଡିକ କିଛି କାମ କରୁନଥିବାରୁ ତାଙ୍କ ହାତଗୋଡ ସବୁ ସରୁହୋଇ ଯାଇଛି, ଏହା ଏକ ବାତ ଜନିତ ରୋଗ ହୋଇ ଥାଇପାରେ,ସେ ରୁଗ୍ଣ ଅସୁସ୍ଥ ଥିବାରୁ ତାଙ୍କୁ କିଛି ଦିନପାଇଁ ମାଲକାନଗିରି ଜିଲ୍ଲା ହସପିଟାଲରେ ଚିକିତ୍ସା କରାଯିବ, ସେ ଟିକିଏ ସୁସ୍ଥ ହେଲାପରେ ଉଚ୍ଚତର ଚିକିତ୍ସା ନିମନ୍ତେ ତାଙ୍କୁ କଟକ କିମ୍ବା ବିଶାଖାପାଟଣା ହସପିଟାଲକୁ ସ୍ଥାନାନ୍ତରିତ କରାଯିବ ବୋଲି ଚମ୍ପାଙ୍କୁ ଚିକିତ୍ସା କରୁଥିବା ମେଡିସିନ ସ୍ପେସାଲିଷ୍ଟ ଡା ପ୍ରଫୁଲକୁମାର ବେହେରା କହିଛନ୍ତି । ଦୀର୍ଘ ୧୩ବର୍ଷ ହେଲା ଚମ୍ପା ରୋଗରେ ପଡି ଗୋଟିଏ ବିଛଣାରେ ଶୋଇ ରହିଥିବାରୁ ତାଙ୍କ ଶରୀର ନିସ୍ତେଜ ହୋଇପଡିଛି, ଦୁଇଦିନର ଚିକିତ୍ସାରେ ସେ ଟିକିଏ ସୁସ୍ଥଆଡକୁ ଗତିକରୁଛନ୍ତି,ବର୍ତମାନ ବାହରକୁ ଯିବା ତାଙ୍କପକ୍ଷରେ ସମ୍ଭବ ପର ହେଉନଥିବାରୁ ଜିଲ୍ଲା ହସପିଟାଲ ରେ କିଛି ଦିନପାଇଁ ରଖାଯାଇ ଡାକ୍ତର ମାନେ ଭଲଭାବରେ ପରୀକ୍ଷା ନିରିକ୍ଷା କରିବା ପରେ ଉଚତର ଚିକିତ୍ସା ନିମନ୍ତେ ତାଙ୍କୁ ବଡ ହସପିଟାଲକୁ ପଠାଯିବାର ବ୍ୟବସ୍ଥା କରାଯିବ, ଚମ୍ପା ଭଲ ହେବା ପର୍ଯ୍ୟନ୍ତ ଜିଲ୍ଲାପ୍ରଶାସନ ପକ୍ଷରୁ ମାଗଣାରେ ତାଙ୍କର ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ସିଡିଏମଓ ଡା ଅଜୟକୁମାର ବୈଠାରୁ ସୁଚନା ଦେଇଛନ୍ତି ।
ଅଜଣା ରୋଗରେ ଚମ୍ପା
|
October 19, 2019 |
![](https://sandhannews.com/wp-content/uploads/2019/10/IMG-20191019-WA0032.jpg)