ବୈପାରିଗୁଡା, ୧/୬ (ସନ୍ଧାନ ନିୟୁଜ)- ବୈପାରୀଗୁଡା ଥାନା ପକ୍ଷରୁ ସ୍ଥାନୀୟ ମଶାଣିପଦା ଛକରେ ୮୫ କେଜି ଗଞ୍ଜେଇ ଗାଡି ସହ ତିନି ଜଣକୁ ଗିରଫ କରିଥିବା ସୂଚନା ମିଳିଛି । କେଶ ନମ୍ବର ୭୬/୦୧.୦୧.୨୦୧୯ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକରୀ ରମେଶ ଚନ୍ଦ୍ର ଦେବତା ପ୍ରକାଶ କରିଛନ୍ତି | ସୂଚନାରୁ ପ୍ରକାଶ ଯେ ଏକ ମାରୁତି ସ୍ୱିଫ୍ଟ ଗାଡି ନମ୍ବର (UP32-HK1450)ରେ ତିନି ଜଣ ୮୫ କେଜି ଗଞ୍ଜେଇ ଚୋରି ଚାଲାଣ ବେଳେ ପୋଲିସ ହାତରେ ଧରାପଢିଛନ୍ତି | ସେମାନେ ହେଲେ ରାଜସ୍ଥାନର ରାମଅବତାର ବର୍ମାଙ୍କ ପୁଅ ସତୀଶ କୁମାର ବର୍ମା (୩୦), ମହମଦ ଆଦର୍ଶଙ୍କ ପୁଅ ମହମଦ ଆଲାମ(୩୬) ଓ ଭାଗିରଥି ଲାଲଶର୍ମାଙ୍କ ପୁଅ ଅମିତ କୁମାର ଶର୍ମା (୩୫) ବୋଲି ଜଣା ପଡିଛି |
ରିପୋର୍ଟ – ସରୋଜ କୁମାର ଲେଙ୍କା ।