‌ରାଜ୍ୟକୁ ବିମାନ ବନ୍ଦର ହସ୍ତାନ୍ତର କରିବ ବେଦାନ୍ତ

Spread the love

୧୩/୧୧ (ସନ୍ଧାନ ନିୟୁଜ) : କଳାହାଣ୍ଡି ମୋ ହୃଦୟର ଅତି ନିକଟତର। ଏଠାରେ ପହଞ୍ଚିବା ପରେ ମୁଁ ଭାବୁଛି ମୋ ଜୀବନ ସାର୍ଥକ ହୋଇଛି। ଏହା କହିଛନ୍ତି ବେଦାନ୍ତ ଗ୍ରୁପ୍‌ ମୁଖ୍ୟ ଅନିଲ ଅଗ୍ରୱାଲ୍। ସେ କହିଛନ୍ତି ଯେ, ବେଦାନ୍ତ ପକ୍ଷରୁ କଳାହାଣ୍ଡିରେ ୨୦ ହଜାର କୋଟିରୁ ଅଧିକ ଟଙ୍କା ନିବେଶ କରାଯାଇଛି। ଏହା ପରଠାରୁ ଏହି ଜିଲ୍ଲାର ଚିତ୍ର ବଦଳିଯାଇଛି। ଭିତ୍ତିଭୂମିରେ ଉନ୍ନତି ହୋଇଥିବା ବେଳେ ବିଦ୍ୟୁତ ଶକ୍ତି ପହଞ୍ଚିଛି। ଏଠାରେ ସୁଲଭ ମୂଲ୍ୟରେ ଜମି ଓ ଶ୍ରମ ଶକ୍ତି ମିଳୁଛି। ପ୍ରତିଟି ନିବେଶକ କଳାହାଣ୍ଡି‌ରେ ନିବେଶ କରିବାକୁ ଅଗ୍ରହ ପ୍ରକାଶ କରିବା ଉଚିତ ବୋଲି ସେ କହିଛନ୍ତି। ସେଠାରେ ଥିବା କଂପାନିର ବିମାନ ବନ୍ଦର ବ୍ୟବସ୍ଥାକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ ବୋଲି ଶ୍ରୀ ଅଗ୍ରୱାଲ୍ କହିଛନ୍ତି। ଏହା ଜରିଆରେ କଳାହାଣ୍ଡିକୁ ବିମାନ ସଂଯୋଗ ସ୍ଥାପନ କରାଯାଇପାରିବ। ଏଥି ସହିତ ପୁରୀ ଠାରେ ଏକ ବିଶ୍ବ ସ୍ତରୀୟ ବିଶ୍ବବିଦ୍ୟାଳୟ ସ୍ଥାପନ କରିବାର ଆବଶ୍ୟକତା ବିଷୟରେ ସେ ଆଲୋଚନା କରିଛନ୍ତି। ଏ କ୍ଷେତ୍ରରେ ବେଦାନ୍ତ ଅଗ୍ରଗତି କରିଛି। ସେଠାରେ ଏକ ଲକ୍ଷ ଛାତ୍ରଛାତ୍ରୀ ପାଠ ପଢ଼ିପାରିବେ ବୋଲି ସେ କହିଛନ୍ତି। ରାଜ୍ୟରେ ଏକ ବିଶ୍ବ ସ୍ତରୀୟ କନ୍‌ଭେନ୍‌ସନ୍ ସେଣ୍ଟର୍‌ ସ୍ଥାପନ କରାଯିବା ଦରକାର ବୋଲି ସେ କହିଛନ୍ତି।

Related Posts

About The Author

Add Comment