ୱେଲିଂଟନ୍‌ ଦିନିକିଆ: ରାୟଡୁଙ୍କ ଅର୍ଦ୍ଧଶତକ, ପାଣ୍ଡ୍ୟାଙ୍କ ପାଓ୍ଵାର ଓ ଚହଲଙ୍କ ଯାଦୁ, ଏମାନେ ଟିମ୍‌ ଇଣ୍ଡିଆର ହିରୋ

Spread the love

ୱେଲିଂଟନ୍‌, ୩/୨(ସନ୍ଧାନ ନିୟୁଜ) : ଭାରତ ଅଶାନୁସାରେ ନ୍ୟୁଜିଲାଣ୍ଡ ଗସ୍ତରେ ଦିନିକିଆରେ ଜିତିଛି। ହାମିଲଟନ୍‌ରେ ୪ର୍ଥ ଦିନିକିଆରେ ପରାସ୍ତ ହେବା ପରେ ଦୃଢ଼ ମନୋବଳ ନେଇ ଖେଳି ୫ମ ଦିନିକିଆରେ ଜିତିଛି। ଭାରତର ବିଜୟରେ ଅମ୍ବାତି ରାୟଡୁ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ୟୁଜବେନ୍ଦ୍ର ଚହଲ ହିରୋ ହୋଇଛନ୍ତି। ଭାରତ ରିବାବାର ପଂଚମ ଦିନିକିଆର ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲା। ଅମ୍ବାତି ରାୟଡୁ, ବିଜୟ ଶଙ୍କର ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଭଲ ବ୍ୟାଟିଂ କରି ଦଳର ସ୍କୋରକୁ ୨୫୨ ରନ୍‌ରେ ପହଂଚାଇଥିଲେ। ଏହା ପରେ ମହମ୍ମଦ ସାମି ଏବଂ ୟୁଜବେନ୍ଦ୍ର ଚହଲଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ ବୋଲିଂ କରିଥିଲା।

ଟସ୍‌ ଜିଣି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ନ୍ୟୁଜିଲାଣ୍ଡ ୯.୩ ଓଭରରେ ୧୮ ରନ୍‌ ଦେଇ ରୋହିତ ଶର୍ମା, ଶିଖର ଧାଓ୍ଵନ, ଶୁବମନ ଗିଲ ଏବଂ ମହେନ୍ଦ୍ର ସିଂହ ଧୋନିଙ୍କୁ ହରାଇଥିଲା। ଏକ ବିପର୍ଯ୍ୟୟ ସମୟରେ ଅମ୍ବାତି ରାୟଡୁ (୯୦ ରନ୍‌, ୧୧୩ ବଲ, ୮ ଚୌକା ଓ ୪ ଛକା) ଏବଂ ବିଜୟ ଶଙ୍କର (୪୫ ରନ, ୬୪ ବଲ, ୪ ଚୌକା) ଭାରତର ମେରୁଦଣ୍ଡ ଭଳି ଛିଡ଼ା ହୋଇଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟା (୪୫ ରନ, ୨୨ ବଲ, ୨ ଚୌକା, ୫ ଛକା) ମଧ୍ୟ ଭାରତୀୟ ସ୍କୋର ଆଗକୁ ନେବାରେ ସକ୍ରିୟ ଭୂମିକା ତୁଲାଇ ଥିଲେ। ରାୟଡୁ ଓ ଶଙ୍କର ଆଉଟ ହୋଇଯିବା ପରେ ଦର୍ଶକଙ୍କ ମୁହଁ ମଳିନ ପଡ଼ି ଯାଇଥିବା ବେଳେ ପାଣ୍ଡ୍ୟା ଆଶା ସଂଚାର କରିଥିଲେ। ଭାରତ ୪୯.୫ ଓଭରରେ ସମସ୍ତ ଓ୍ଵିକେଟ ହରାଇଥିଲା।

ନ୍ୟୁଜିଲାଣ୍ଡକୁ ମ୍ୟାଚ ଜିତିବା ପାଇଁ ୨୫୩ ରନ୍‌ ଲକ୍ଷ୍ୟ ମିଳିଥିବା ବେଳେ ଦଳର ଖେଳାଳିମାନେ ଭାରତୀୟ ବୋଲଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରି ନଥିଲେ। ନ୍ୟୁଜିଲାଣ୍ଡ ୧୮ ରନ୍‌ରେ ହେନରୀ ନିକୋଲସ୍‌ଙ୍କୁ, ୩୭ ରନ୍‌ରେ କୋଲିନ୍‌ ମୁନ୍‌ରୋ ଏବଂ ୩୮ ରନ୍‌ରେ ରସ୍‌ ଟେଲରଙ୍କୁ ହରାଇଥିଲା। ୟୁଜବେନ୍ଦ୍ର ଚହଲ ୧୦ ଓଭର ବୋଲିଂ କରି ୩ ଓ୍ଵିକେଟ ନେଇଛନ୍ତି ଓ ସେ ୪୧ ରନ୍‌ ଦେଇଥିଲେ। ମହମ୍ମଦ ସାମି ଓ ହାର୍ଦ୍ଦିକ ପାଣ୍ଡ୍ୟା ୨-୨ ଓ୍ଵିକେଟ୍‌ ନେଇଥିଲେ।

Related Posts

About The Author

Add Comment