ୱାର୍ଡସଭ୍ୟଙ୍କ ବ୍ୟକ୍ତିଗତ ଜାଗାରେ ସରକାରୀ ନଳକୂଅ ଖନନ

Spread the love

ବାରିପଦା,ଗାଁଅମରର୍ଦା, ୨/୯/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା): ସରକାରୀ ନଳକୂଆ ଯାହା ବ୍ୟକ୍ତିଗତ ଜମିରେ ଖୋଳାଯାଉଛି । ଏପରି ଏକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍ ଝାଟିଗଡ଼ା ପଞ୍ଚାୟତ ତାରାପୁର ଗ୍ରାମର ୧୦ ନମ୍ବର ୱାର୍ଡରେ ତାରାପୁର ଗ୍ରାମ ୧୦ ନମ୍ବର ୱାର୍ଡରେ ପିଇବା ପାଣିର ଘୋର ଅସୁବିଧା ରହିଛି। ଫଳରେ ପଞ୍ଚାୟତ ପକ୍ଷରୁ ଉକ୍ତ ୱାର୍ଡରେ ଏକ ସରକାରୀ ନଳକୂଅ ବସାଇବା ପାଇଁ ମଂଜୁରି ମିଳିଛି । ତେବେ ସଂଜୁରପ୍ରାପ୍ତ ନଳକୂଅକୁ ଗ୍ରାମର ୱାର୍ଡସଭ୍ୟ ନିଜସ୍ବ ଜମି (ଖାତା ନମ୍ବର ୩୪ ଓ ପ୍ଲଟ୍ ନମ୍ବର ୧୩୦)ରେ ଖୋଳାଉଛନ୍ତି । ଯାହାକୁ ୱାର୍ଡବାସୀ ବିରୋଧ କରିବା ସହ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ଏନେଇ ସରପଞ୍ଚ ରେବତୀ ସୋରେନଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ ସଂପୃକ୍ତ ୱାର୍ଡରେ ଆବଶ୍ୟକ ସରକାରୀ ଜମି ନଥିବାରୁ ନିଜସ୍ବ ଜମିରେ ନଳକୂଅ ଖନନ ହେଉଛି । ତେବେ ନଳକୂଅ କାର୍ଯ୍ୟକ୍ଷମ ହେବା ପରେ ୱାର୍ଡସଭ୍ୟ ଉକ୍ତ ଜାଗାକୁ ସର୍ବସାଧାରଣଙ୍କ ପାଇଁ ଦାନ କରିଦେବେ ବୋଲି ସେ କହିଛନ୍ତି। ସେହିପରି ବିଡିଓ ଏଜି ଖଣ୍ଡାଙ୍କର ମଧ୍ୟ ପ୍ରତିକ୍ରିୟା ନିଆଯାଇଥିଲା। ସେ ଘଟଣା ବାବଦରେ ତଦନ୍ତ ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Related Posts

About The Author

Add Comment