୯ ଲକ୍ଷ ଟଙ୍କାର ଚୋରା ବ୍ରାଉନ୍ ସୁଗାର ଜବତ; ଦୁଇ ଜଣ ଗିରଫ

Spread the love

ଯାଜପୁର ୨୪/୪ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାର ପାଣିକୋଇଲି ଅଞ୍ଚଳରୁ ଆଜି କଟକ ଫ୍ଲାଇଙ୍ଗ୍ ସ୍କ୍ଵାଡ୍ ଏବଂ ଯାଜପୁର ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରି ୯୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିବାସହ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।ପାଣିକୋଇଲି ଅଞ୍ଚଳର ସୁଜିତ କୁମାର ଧଳ ଓ ଆଶିଷ ପରିଡ଼ା ପାଣିକୋଇଲି ଛକରେ ଚୋରା ବ୍ରାଉନ୍ ସୁଗାର ବ୍ୟବସାୟ କରୁଥିବା କଥା ଅବକାରୀ ବିଭାଗ ପାଖରେ ସୂଚନା ଥିଲା। ଆଜି ସକାଳୁ ଅବକାରୀ ବିଭାଗ କର୍ମଚାରୀମାନେ ଛଦ୍ମବେଶୀ ଗ୍ରାହକ ସାଜି ବ୍ରାଉନ୍ ସୁଗାର୍ ଖରିଦ କରିବା ପାଇଁ ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ଧରିଥିଲେ। ବ୍ରାଉନ୍ ସୁଗାର ର ମୂଲ୍ୟ ୯ ଲକ୍ଷ ଟଙ୍କା ହେବବେଲି ଅନୁମାନ କରିଛି ଅବକାରୀ ବିଭାଗ ଯୁବକ ଦ୍ୱୟ ବାଲେଶ୍ୱରର ଅରଡ଼ ବଜାରରୁ ବ୍ରାଉନ୍ ସୁଗାର ଆଣି ତାକୁ ଦିଆଶିଲି ଖୋଳ ଓ ସିଗାରେଟ୍ ଖୋଳରେ ପ୍ୟାକ୍ କରି ବିକ୍ରୟ କରୁଥିଲେ। ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ଅଧିକ ଅନୁସନ୍ଧାନ ଆରମ୍ଭ କରିଛି।

Report  M Rout

Related Posts

About The Author

Add Comment