୯ ବ୍ୟାଟେରୀ ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ

Spread the love

ବେତନଟୀ,୨୯/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ବେତନଟା ଆମ ୧୮ ଜାତୀୟରାଜପଥ ପରେ ଥିବା କଲେଜ ଗୁଡ଼ିକରେ ଲୁଟେରାଙ୍କ ଟାର୍ଗେଟରେ । କୃଷ୍ଣଚନ୍ଦ୍ରପୁର ଟୁନିୟର କଲେଜରୁ ଦୁଇଦୁଇଥର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଏଲସିଡ଼ି, କମ୍ପ୍ୟୁଟର, ପ୍ରିଣ୍ଟର, ଇନଭର, ବାରା ସମେତ କଲେଜ ସଂଲଗ୍ନ କେସିପୁର ହାଇସ୍କୁଲରୁ ମଧ୍ୟ ସମାନ ଢଙ୍ଗରେ ଉଭୟ କବାଟ ତାଡି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ଘଟଣାରେ ପୁଲିସର ହାତ ଖାଲିଥିବାବେଳେ‌ ରବିବାର ରାତି ପୁଣି ଥରେ ରାଧସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ  ୫ ଡିଗ୍ରୀକଲେଜ ଏବଂ ରଙ୍ଗଲାଲ ହାଇସ୍କୁଲରୁ ଲକ୍ଷାଧିକ ଟଙ୍କାର ଚୋରି ଘଟଣା ପୁଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପ୍ରାପ୍ତ ସୂଚନା ମୁତାବକ ରାଧୀ ଡିଗ୍ରୀକଲେଜର ତାଲା ଭାଙ୍ଗି ଏବଂ ଶିକୁଳି ତାଡି ମୂଲ୍ୟବାନ ଏଲଇଡି, ଇନଭୋର୍ଟର ସମେତ ୨ଟି ବ୍ୟାଟେରୀ,କମ୍ପ୍ୟୁଟର, ପ୍ରିଣ୍ଟର, ସିପିୟୁ, ୟୁପିଏସ ସମେତ ବଡବଡ ହୋଣ୍ଡା, ଡ଼େକଚି, କରେଇ ପ୍ରଭୃତି ସରଞ୍ଜାମ ଲୁଟିନେଇଛନ୍ତି ଲୁଟେରା । ଅନୁରୂପ ଭାବେ ସେହି ରବିବାର ରାତିରେ ବେତନଟୀ ଥାନା ରଙ୍ଗଲାଲ ହାଇସ୍କୁଲରେ ପଞ୍ଚାୟତସମିତି ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟଅଟକଳରେ ଲଗାଇଥିବା ଏକ ସୌରଚାଳିତ ହାଇମାସ୍କ ଲାଇଟରୁ ୬ଟି ବ୍ୟାଟେରୀ ଏବଂ ଗ୍ରାମପଞ୍ଚାୟତ ପକ୍ଷରୁ ଲଗାଯାଇଥିବା ଏକ ସୌରଚାଳିତ ଲାଇଟରୁ ଗୋଟିଏ ବ୍ୟାଟେରୀ ଏହିପରି କଲେଜ ଏବଂ ହାଇସ୍କୁଲରୁ ମୋଟ ୯ଟି ମୂଲ୍ୟବାନ ବ୍ୟାଟେରୀ ସମେତ ଲକ୍ଷାଧିକ ଟଙ୍କାର ସରଞ୍ଜାମ ୧୮ତାରିଖରେ କେସିପୁର ଜିନିୟର କଲେଜ ଏବଂ ନଭେମ୍ବର ୭ତାରିଖରେ ପୁନର୍ବାର କେସିପୁର ଜୁନିୟର କଲେଜ ସାଙ୍ଗକୁ ସମାନ ଢଙ୍ଗରେ ହାଇସ୍କୁଲରୁ ୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଚୋରିକିନେଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ତେବେ ସମସ୍ତ ଚୋରି ଘଟଣାରେଅଦ୍ୟାବଧି ପୁଲିସର ହାତ ଖାଲିଥିବା ବେଳେ ରବିବାର ରାତିରେ ପୁଣି ସମାନ ଢଙ୍ଗରେ କଲେଜ ଏବଂ ହାଇସ୍କୁଲରୁ ୯ବ୍ୟାଟେରୀ ସମେତ ଚୋରିକରି ନେଇଗଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ତେବେ ଲୁଟେରା ବର୍ତ୍ତମାନ ଶିକ୍ଷାନୁଷ୍ଠାନ ଗୁଡିକୁ ସହଜ ଟାର୍ଗେଟ କରୁଥିବା ବେଳେ ଏହା ପଛରେ ଏକ ସକ୍ରିୟ ରାକେଟ କାମ କରୁଥିବାର ଅନୁମାନ କରାଯାଉଛି । ରବିବାର ରାତିର ଚୋରିପରେ ପୁଲିସ ଉଭୟ କଲେଜ ଏବଂ ସ୍କୁଲକୁ ଯାଇ ତଦନ୍ତକରି ଫେରିଛି ।

Related Posts

About The Author

Add Comment