୯ ଥର ଅଭିଯୋଗ ପରେବି ଦିବ୍ୟାଙ୍ଗ ସୁକାନ୍ତଙ୍କ ମିଳିଲାନି ସହାୟତା, ଭୋକ ଉପସରେ ବିତୁଛି ଦିନ

Spread the love

ଯାଜପୁର/ବଡଚଣା, ୨୬/୧୧(ସନ୍ଧାନ ନିୟୁଜ) ଦିବ୍ୟାଙ୍ଗ ପାଇଁ ସରକାର ବିଭିନ୍ନ ଯୋଜନା କରି ସେମାନଙ୍କର ବିକାଶ କରିବାକୁ କହି ଡିଡିମ ପିଟୁଛି । ହେଲେ ଆଜିବି ବହୁ ଦିବ୍ୟାଙ୍ଗ ସରକାରୀ ସୁବିଧା ନପାଇ ନାନାଦି ସମସ୍ୟାରେ ଦିନ କାଳିତପାତ କରୁଛନ୍ତି । ପୁଣି ବଡଚଣା ନିର୍ବାଚନ ମଣ୍ଡଳୀରେ ଅନେକ ଦିବ୍ୟାଙ୍ଗ ଏଭଳି ଭାବେ ସରାକରୀ ସାହାର୍ଯ୍ୟ ସହାୟତା ପାଉନଥିବା ଅଭିଯୋଗ ହେଉଛି । ଏହାର ଏକ ନଗ୍ନ ଉଦାହରଣ ସାଜିଛ ବାଘୁଆ ଗ୍ରାମର ସୁକାନ୍ତ ମଲିକ(୨୭)ଙ୍କ କ୍ଷେତ୍ରରେ । ସରକାରୀ ସହାୟତାରୁ ବଂଚିତ ଥିବା ଜନସାଧାରଣଙ୍କ ପାଇଁ ଜିଲ୍ଲା ଓ ବ୍ଳକ ସ୍ତରରେ ପ୍ରସାସନ ପକ୍ଷରୁ ଜନଶୁଣଣି ଶିବିର ମାନ କରାଯାଉଛି । ମାତ୍ର ଏହି ଶିବିରକୁ ଆସୁଥିବା ହିତାଧିକାରୀ ମାନେ ପ୍ରଶାସନ ପକ୍ଷରୁ ଠିକଭାବେ ନ୍ୟାୟ ପାଉ ନଥିବା ଜଣାପଡିଛି । ସୁକାନ୍ତ ୩ ବର୍ଷ ତଳେ ଏକ ସଡକ ଦିୁର୍ଘଟଣାରେ ମୁଣ୍ଡ ଓ ତଳିପେଟରେ ଗୁରୁତର ଆହତ ହୋଇଥିଲେ । ସେହିସମୟରେ ବହୁ ଧାର କରଜ କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ଭଲ ହୋଇପାରିନଥିଲା । ଯାହା ଫଳରେ ସୁକାନ୍ତ ଦିବ୍ୟାଙ୍ଗ ଅବସ୍ଥାକୁ ଚାଲିଗଲେ । ଶତକଡା ୮୦ ଭାଗ ଭିନ୍ନକ୍ଷମ ପ୍ରମାଣପତ୍ର ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀଙ୍କ ଠାରୁ ପାଇଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ସୁକାନ୍ତଙ୍କୁ ଶାରୀରିକ ଦିବ୍ୟାଙ୍ଗ ଭତା କିମ୍ବା ସରକାରୀ ସହାୟତା ମିଳିପାରି ନାହିଁ । ଏ ସଂପର୍କରେ ସୁକାନ୍ତ ସରକାରୀ ସହାୟତା ପାଇଁ ଜିଲା ସ୍ତରରେ ହୋଇଥିବା ଜନଶୁନାଣି ଶିବିରରରେ ୪ ଥର ଓ ବ୍ଳକ ସ୍ତରୀୟ ଜନଶୁଣାଣି ଶିବିରରେ ୫ଥର ନିଜର ଅଭିଯୋଗ ପ୍ରଶାସନକୁ ଜଣାଇ ସାରିଥିଲେ ସୁଦ୍ଧା କେବଳ ଖଣ୍ଡିଏ ଖଣ୍ଡିଏ ରସିଦରେ ତାରିଖ ପକାଇ ପ୍ରଶାସନ ନିଜର କର୍ତବ୍ୟ ସାରିଦେଇଛି । କିନ୍ତୁ ଆଜିଯାଏଁ ସୁକାନ୍ତକୁ ଭତାଟିଏ ମିଳିପାରି ନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟ ସରାକର ଦିବ୍ୟାଙ୍ଗ ମାନଙ୍କୁ ସମାଜର ମୁଖ୍ୟ ସୋ୍ରତରେ ସାମିଲ କରିବା ପାଇଁ ବିଭିନ୍ନ ସରକାରୀ ଯୋଜନା ମାନ ପ୍ରଣୟନ କରିଛନ୍ତି । ପ୍ରତିବର୍ଷ ସରକାର ରାଜକୋଷରୁ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ରାଜନୈତିକ ଇଛାଶକ୍ତିର ଅଭାବ ଓ ପ୍ରସାସନର ଦାୟିତ୍ୱ ହୀନତା ପାଇଁ ଏହିପରି ଦିବ୍ୟାଙ୍ଗମାନେ ନିଜର ନାର୍ଯ୍ୟଦାବୀ ।ପଇପାରୁ ନାହାନ୍ତି । ଭତାଟିଏ ନପାଇବାରୁ ସୁକାନ୍ତ ଅର୍ଥ ଅଭାବରୁ ଅଧି କ ଚିକିସôା ପାଇଁ ଭଲ ହସ୍ପିଟାଲକୁ ଯାଇପାରୁ ନାହାନ୍ତି । କିଛିଦିନ ତଳୈ ସୁକାନ୍ତଙ୍କ ବାପା ଚାଲିଯାଇଥିବାରୁ ଓ ଏକମାତ୍ର ଭାଇକୁ ଘରୋଇ କମ୍ପାନୀ ଚାକିରୀରୁ ବାହାର କରିଦେବାରୁ ତେବେ ଘରେ ଚଳିବା ବଡ କଷ୍ଟକର ହୋଇପଡୁଛି । ଜିଲ୍ଲା ପ୍ରସାସନ ଏଥିପ୍ରତି ଦୃଷ୍ଟିଦେଇ ଯଥାଶୀଘ୍ର ସୁକାନ୍ତଙ୍କୁ ସରକାରୀ ସହାୟତା ଦେବାକୁ ବିଭିନ୍ନ ମହଲରେ ଦାବୀ କରାଯାଉଛି ।

Related Posts

About The Author

Add Comment