୯ସହିଦଙ୍କ ବଳିଦାନରେ ରକ୍ତରଂଜିତ ହୋଇଥିଲା ଲୁଣିଆ

Spread the love

ଭଦ୍ରକ, ୭/୯ (ସନ୍ଧାନ ନିୟୁଜ/ରମେଶ ନାୟକ) -୧୯୪୨ ଭାରତଛାଡ଼ ଆନ୍ଦୋଳନ ସମୟରେ ରକ୍ତରଂଜିତ ହୋଇଥିଲା ଧାମନଗର ବ୍ଲକର ଲୁଣିଆ । ସେପେ୍ଯମ୍ବର ୨୧ତାରିଖ ତତ୍କାଳୀନ ସଂଗ୍ରାମୀ ମୁରଲିଧର ପଣ୍ଡାଙ୍କ ନେତୃତ୍ୱରେ ‘ଚାନ୍ଦିଆପୋଷି’ ନାମକ ଏକ ଖୋଲା ପଡ଼ିଆରେ ସମବେତ ହୋଇଥିବା ନିରସ୍ତ୍ର ଜନତା ଓ ବ୍ରିଟିଶ ପୁଲିସ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା । ସଂଗ୍ରାମୀମାନେ ପୁଲିସ ଠାର ଅସ୍ତ୍ରଶସ୍ତ୍ର ଛଡ଼ାଇ ନେଇଥିଳେ । କିନ୍ତୁ ପୁଲିସ ଅନୁରୋଧ ରକ୍ଷା କରି ସେମାନଙ୍କ ଅସ୍ତ୍ରଶସ୍ତ୍ର ଫେରାଇ ଦେବାପରେ ପୁଲିସ ଲୋକଙ୍କ ଉପରେ ଗୁଳି ବର୍ଷଣ କରିଥିଲା । ଫଳରେ ୯ଜଣ ଲୋକ ପ୍ରାଣ ହରାଇଥିଲେ ଓ ୫ଜଣ ଗୁରୁତର ଆହତ ହୋଇଥିଲେ । ଏପରି ଏକ ସଂଗ୍ରାମୀ ପୀଠ ଦୀର୍ଘବର୍ଷ ଧରି ଉପେକ୍ଷିତ ରହିବା ପରେ ଏବେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି ।

Related Posts

About The Author

Add Comment