ଜେନାପୁର/ ୦୨/୦୧/୨୦୨୧(ସନ୍ଧାନ ନିୟୁଜ୍ /ପ୍ରଶାନ୍ତ ସାମଲ)ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତର ଅଧିନ କଲାଣ୍ଡ ଗ୍ରାଉଣ୍ଡ ଆନୁକୂଲ୍ୟରେ ବି ସି ସି କଲାଣ୍ଡ ପକ୍ଷରୁ ୮ ତମ ହିମାଂଶୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ଆଜି ଫାଇନାଲ ମ୍ୟାଚରେ ଦୁଇ ଶକ୍ତି ଶାଳୀ ଟିମ ମଧ୍ୟରେ ରୋମାଂଚକର ଖେଳ ଦେଖିବାକୁ ମିଳିଥିଲା ।ପ୍ରଥମେ ପିଙ୍ଗୁଆ ଟଚ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇ ୨୦ ଓଭରମଧ୍ୟରେ ୭ ଟିଉଇକେଟ୍ ହରାଇ ୨୩୫ ରନ ସଂଗ୍ରହ କରିଥିଲା ।ଏହାର ଜବାରେ ମା ଭୁଆସୁଣି କ୍ରିକେଟ ଟିମ ୨୩୬ ରନ୍ ର ପିଛାକରି ୧୯.୪ ବଲରେ ସମସ୍ତ ଉଇକେଟ୍ ହରାଇ ପରାସ୍ତ ହୋଇଥିଲା ବିଜେତା ଦଳ ପକ୍ଷରୁ ବବୁଲ ସର୍ବାଧିକ ୫୩ ରନ ସଂଗ୍ରହ କରି ମ୍ୟାନ ଅଫ ଦ ମ୍ୟାଚ ଓ ମ୍ୟାନ ଅଫ ଦ ସିରିଜ ହୋଇଥିଲେ ।ଏହି କାର୍ଯ୍ୟକ୍ରମରେ ମୁକ୍ଷ ଅତିଥି ଭାବରେ ପୂର୍ବତନ ସଭାପତି ସୁଧାଂଶୁ ସାହୁ ,ଜଗଜୀବନ ପ୍ରଧାନ,ଚନ୍ଦନ ସାହୁ,କୈଳାଶ ସାହୁ ନିର୍ମଳ ପୃଷ୍ଟି, ଓ ମହେସ୍ୱର ସାହୁ ପ୍ରମୁଖ ଯୋଗଦେଇ ବିଜୟୀ ଓ ପରାଜୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।ଟୁର୍ଣ୍ଣାମେଣ୍ଟର ମୁଖ୍ୟ ପରିଚାଳକ ଭାବରେ ମାନସ ପୃଷ୍ଟି, ଆଲୋକ ସାହୁ,ଦୀପକ ସାହୁ ,ପ୍ରମୋଦ ପୃଷ୍ଟି, ବାପି ସାହୁ,ଶ୍ରୀକାନ୍ତ ସାହୁ,ଟିଲୁ ସାହୁ ମିଟୁ ସାହୁ ,ପ୍ରଶାନ୍ତ ବାରିକ ଓ ଜିତୁନ ସାହୁ ,ଦାୟିତ୍ୱ ନେଇଥିଲେ।