ବାରିପଦା ୩୦/୦୭(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- କରୋନା ବିପଦର ମୂକାବିଲା ପାଇଁ ଥଳକୂଳ ପାଉନି କାରାଗାର ବିଭାଗା ଜାରି ହୋଇଥିବା ନିର୍ଦ୍ଧେଶକୁ ନଜରଆନ୍ଦାଜ କରି ପୁଲିସ୍ କାର୍ଯ୍ୟ କରୁଥିବାରୁ ରାଜ୍ୟର ୮୫ଟି ଜେଲ୍ ପ୍ରତି କରୋନା ସଂକ୍ରମିତ ବିପଦ ବଢୁଛି। ଏଯାଏଁ ୮ଟି ଜେଲରେ ୧୦୮ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। କିନ୍ତୁ ପୁଲିସ୍ ଜଣେ ଅଭିଯୁକ୍ତକୁ କୋର୍ଟଚାଲାଣ କରିବା ପୂର୍ବରୁ କରୋନା ପରୀକ୍ଷା ନିୟମକୁ କଡାକଡି କରୁନଥିବାରୁ କାରାଗାର ବିଭାଗର ସବୁ ପ୍ରସ୍ତୁତି ଫେଲ୍ ମାରୁଥିବା ଅଭିଯୋଗ ହେଉଛି। ପ୍ରଥମେ କରୋନା ସ୍ବାବ ପରୀକ୍ଷା କରିବା ଏବଂ ପଜିଟିଭ୍ କଏଦୀକୁ କୋର୍ଟଚାଲାଣ କରି ଜେଲ୍ ନପଠାଇବାକୁ ଉଚ୍ଚସ୍ତରୀୟ କମିଟି ଏବଂ କାରାଗାର ଡିଜି ପୁଲିସ ବିଭାଗକୁ ଚିଠି ଲେଖିଥିଲେ। କିନ୍ତୁ କରୋନା ପରୀକ୍ଷା ରିପୋର୍ଟ ଦୁଇଦିନ ବିଳମ୍ବରେ ଆସୁଥିବା ଦର୍ଶାଇ ଏ ଦାୟିତ୍ଵ କାରାଗାର ବିଭାଗ ଆଡ଼କୁ ଠେଲିଦେଇଛି ପୁଲିସ ବିଭାଗ ଏବେ ଆଣ୍ଟିଜେନ୍ ଟେଷ୍ଟ ବ୍ୟବସ୍ଥା ହୋଇଥିଲେ ବି ତାହାକୁ କାର୍ଯ୍ୟକାରୀ କରୁନାହାନ୍ତି। ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଧିଷ୍ଟ ନିର୍ଦ୍ଦେଶନାମା ଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରାଯାଉନାହିଁ।ଗିରଫ ସମୟରେ ସମସ୍ତ ଅଭିଯୁକ୍ତଙ୍କୁ କରୋନା ପରୀକ୍ଷା କରାଯିବା ସମ୍ପର୍କରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ଗୃହ ବିଭାଗ ମୁଖ୍ୟ ଶାସନ ସଚିବ, ହାଇକୋର୍ଟ ଏବଂ କାରାଗାର ବିଭାଗ ଡିଜିଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିଇଥିଲା। ଏହି କମିଟି ଏପ୍ରିଲ ୨୩ ତାରିଖରେ ପୁଲିସ ଡିଜିଙ୍କୁ ଏକ ଚିଠି ଲେଖି ନିର୍ଦ୍ଧେଶ ଦେଇଥିଲା ଯେ, ରାଜ୍ୟର ସମସ୍ତ ଅଭିଯୁକ୍ତଙ୍କର ଗିରଫ ସମୟରେ କରୋନା ପରୀକ୍ଷା କରାଯିବ। ଏହି ପରୀକ୍ଷା ସଂକ୍ରାନ୍ତରେ ପୁଲିସ୍ ତିନି ରାଜ୍ୟର ସମସ୍ତ ଥାନା ପୁଲିସକୁ ଅବଗତ କରିବେ। ଏହି ଚିଠି ପୁଲିସ ବିଭାଗ ପାଇବାର ଦୁଇ ଦିନ ପରେ ଜବାବ ରଖିଥିଲା। ଏଥିରେ ଦର୍ଶାଯାଇଥିଲା ଯେ, ୨୪ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଆଇନ ଅନୁଯାୟୀ କୋର୍ଟ ଚାଲାଣ କରିବାକୁ ବାଧ୍ୟତାମୂଳକ ଥିବାବେଳେ ପୁଲିସ କରୋନା ପରୀକ୍ଷା କରିବା ସମ୍ଭବପର ହୋଇପାରିବ ନାହିଁ।ସେ ସମୟରେ କରୋନା ପରୀକ୍ଷା ବିଳମ୍ବ ହେଉଥିବାରୁ ଏଭଳି ଉତ୍ତର ରଖିଥିଲା ପୁଲିସ ବିଭାଗା କିନ୍ତୁ ଏବେ ଜୁଲାଇ ୭ ତାରିଖ ପରଠାରୁ ରାଜ୍ୟରେ ଆଣ୍ଟିଜେନ୍ ଟେଷ୍ଟ ମାଧ୍ୟମରେ ରିପୋର୍ଟ ଦୁଇ ଘଣ୍ଟା ଭିତରେ ଆସିଯାଇଥିଲେ ବି ପୁଲିସ ତାହାକୁ କାର୍ଯ୍ୟକାରୀ ନ କରିବା କାରାଗାର ବିଭାଗ ପାଇଁ ଚିନ୍ତାର କାରଣ ହୋଇଛି।
୮୫ ଜେଲ୍ ପ୍ରତି କୋରାନା ସଂକ୍ରମଣ ବିପଦ
|
July 30, 2020 |



