ଯାଜପୁର, ୨୬/୦୬ (ସନ୍ଧାନ ନିଉଜ) ଜଙ୍ଗଲ ଅଧିକାର ଆଇନ ବା ପଂରେଷ୍ଟ ରାଇଟ୍ ଆକ୍ଟ-୨୦୦୬ ମାଧ୍ୟମରେ ସୁକିନ୍ଦା ଓ ଦାନଗଦୀ ତହସିଲ ଅନ୍ତର୍ଗତ ୮୩୦ ଜଣ ଭୂମୀହୀନଙ୍କୁ ଜମି ପ୍ରଦାନ ପାଇଁ ଜିଲ୍ଳ୍ା ସ୍ତରୀୟ କମିଟି ମଞ୍ଜୁରୀ ପ୍ରଦାନ କରିଚ୍ଥି । ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଳ୍ା ଜନସୂଚୀତ ଜନଜାତିଙ୍କୁ ଜଙ୍ଗଲ ଅଧିକାର ଆଇନ ଆଧାରରେ ଜମି ପ୍ରଦାନ ପାଇଁ ଗଠିତ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଳାପାଳ ରଂଜନ କୁମାର ଦାସ ଅଧ୍ୟକ୍ଷତା କରିବା ସହ ଅନୁସୂଚୀତ ଜନଜାତି ଥିବା ଭୂମିହୀନ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଜମିପଟା ପ୍ରଦାନ ପାଇଁ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ଏହିଭଳି ଜମି ନଥିବା ଲୋକ ମାନଙ୍କର ତାଲିକାକୁ ପ୍ରସ୍ତୁତ କରି ଜମି ପାଇଁ ସବ୍-ଡିଭିଜନାଲ କମିଟି ମାଧ୍ୟମରେ ଜୁଲାଇ ୧୫ ତାରିଖ ସୁଧା ଜିଲ୍ଳ୍ା କମିଟିର ମଂଜୁର ପାଇଁ ସୁପାରିଶ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏହି ଜମି ପଟା ପାଇବା ପଂଳରେ ପରବର୍ତ୍ତୀ ସମୟରେ ସେମାନଙ୍କୁ ବିଭିନ୍ନ ଆବାସ ଯୋଜନା ଓ ଅନ୍ୟାନ୍ୟ ଯୋଜନାରେ ସାମିଲ କରାଯାଇପାରିବ ବୋଲି ସେ ସୂଚନା ଦେଇଥିଲେ । ସେହିପରି ଯେଊଁ ଅମିନ ମାନଙ୍କୁ ପୁନଃ ଥଇଥାନ ଆଧାରରେ ନିଯୁକ୍ତି ଦିଆଯାଇଚ୍ଥି ; ସେମାନଙ୍କୁ ଦୈନିକ ଧାର୍ଯ୍ୟଲକ୍ଷ୍ୟ ପ୍ରଦାନ ସହ କ୍ଷେତ୍ର ପରିଦର୍ଶନ, ରେକର୍ଡ ପ୍ରସ୍ତୁତି, ମ୍ୟାପ ପ୍ରସ୍ତୁତି ଇତ୍ୟାଦିକୁ ତ୍ୱରାନ୍ୱିତ ପାଇଁ ନିର୍ଦ୍ଦେଶ ଦିଆଗଲା । ସେମାନଙ୍କର ଦରମା ମଧ୍ୟ ନିୟମିତ ଭାବେ ପ୍ରଦାନ ପାଇଁ ଜିଲ୍ଳ୍ାପାଳ ପରାମର୍ଶ ଦେବା ସହ କିଏ କି, କି କାମ କରିଚ୍ଥନ୍ତି ଓ କେତେ ଦରମା ବାକି ଅଚ୍ଥି ତାହାର ତଥ୍ୟ ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଆଇ.ଏ.ଏସ୍. ପ୍ରୋବେସନର ସଚିନ ପାୱର, ଡି.ଏପଂ.ଓ. ସୁଦର୍ଶନ ପାତ୍ର, ଅତିରିକ୍ତ ଜିଲ୍ଳ୍ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍ିକ ଉପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ, ସୁକିନ୍ଦା ତହସିଲଦାର ବୁଲ୍ ବୁଲ୍ ବେହେରା, ଦାନଗଦୀ ତହସିଲଦାର ନମ୍ରତା ମୋଦି, ଜିଲ୍ଳ୍ା ପରିଷଦ ସଦସ୍ୟା ତଥା କମିଟିର ସଦସ୍ୟା ସରୋଜିନୀ ରାଜ, ଅନ୍ୟାନ୍ୟ ସଦସ୍ୟ ଏବଂ ଦାନଗଦୀ, ସୁକିନ୍ଦା ବ୍ଳ୍କର ମଙ୍ଗଳ ସଂପ୍ରସାରଣ ଅଧିକାରୀମାନେ ଯୋଗ ଦେଇଥିଲେ । ଜିଲ୍ଳ୍ା ମଙ୍ଗଳ ଅଧିକାରୀ ସ୍ମୃତି ରଂଜନ ସାମନ୍ତରାୟ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ସହ ଶେଷରେ ଅଧ୍ୟବାଦ ଅର୍ପଣ କରିଥିଲେ । Report- Santosh Rout
୮୩୦ ଜଣ ଭୂମୀହୀନଙ୍କୁ ଜମି ପଟା ମିଳିଲା ମଞ୍ଜୁରୀ
|
June 26, 2020 |
