୮୨ ବର୍ଷ ବୟସରେ ରଣଧୀର ଦାସଙ୍କ ପରଲୋକ

Spread the love

ବାରିପଦା, ୦୮.୦୨.୨୦୨୧(ସନ୍ଧାନ ନିଉଜ୍):-  ବିଶିଷ୍ଟ ସିନେ ସମୀକ୍ଷକ ଓ ସିନେ ସାମ୍ବାଦିକ ତଥା ଓଡିଶା ଚଳଚ୍ଚିତ୍ର ସଂଘର ପ୍ରାଣ ପ୍ରତିଷ୍ଠାତା ରଣଧୀର ଦାସଙ୍କ ପରଲୋକ। କଟକ ଡଗରପଡାସ୍ଥିତ ତାଙ୍କ ବାସଭବନରେ ୮୨ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଘରେ ଚିକିତ୍ସିତ ହେଉଥିଲେ। ରଣଧୀର ଦାସ ୧୯୩୮ ମସିହାରେ କଟକରେ ଜନ୍ମ ଗ୍ରହଣ କରିଥିଲେ। କଟକ ଡଗରପଡାସ୍ଥିତ ତାଙ୍କ ଘରେ ସେ ଜାତୀୟ ଦୂରଦର୍ଶନ ଓ ଚଳଚ୍ଚିତ୍ର ପ୍ରତିଷ୍ଠାନ ନାମରେ ଓଡ଼ିଶାର ପ୍ରଥମ ସିନେମା ପ୍ରଶିକ୍ଷଣ ସ୍କୁଲ ଖୋଲିଥିଲେ। ଆଜିର ବହୁ ସିନେ ଓ ଟେଲି କଳାକାର ତାଙ୍କ ସ୍କୁଲ ରୁ ହିଁ ଅଭିନୟ ଶିକ୍ଷା ଗ୍ରହଣ କରି ଆଜି ପ୍ରତିଷ୍ଠିତ ହୋଇପାରିଛନ୍ତି। ସେ ଚଳଚ୍ଚିତ୍ର ସାହିତ୍ୟ ପତ୍ରିକା ଜୀବନ ରଙ୍ଗ ଓ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକାର ସମ୍ପାଦକ ଥିବା ସହ ଏକା ଧାରାରେ ଜଣେ ଔପନ୍ୟାସିକ ଓ ଲେଖକ ଥିଲେ। କାଦମ୍ବିନୀ, ଚିତ୍ର ପୁରୀ ସମ୍ମାନ ଓ ଚଳଚ୍ଚିତ୍ର ପ୍ରତିଭା ସମ୍ମାନ ଆଦି ଅନେକ ପୁରସ୍କାରରେ ସମ୍ମାନୀତ ହୋଇଥିଲେ। ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

Related Posts

About The Author

Add Comment