ଧର୍ମଶାଳା,୬/୧/୨୦୨୦ (ସନ୍ଧାନ ନିୟୁଜ): ଧର୍ମଶାଳା ବ୍ଲକ ଅନ୍ତର୍ଗତ ସୁନ୍ଦରିଆରେ ନିୟୁ ଲାଇଫ ୟଥ୍ କ୍ଲପ ପକ୍ଷରୁ ୨୮ତମ ସୁନ୍ଦରିଆ ପ୍ରିମିୟର ଲିଗ ଆସନ୍ତା ୮ ତାରିଖରୁ ଆରମ୍ଭ ହେବ । ଏଥିନେଇ ଏକ ପ୍ରସ୍ତୁତି ବୈଠକ କ୍ଲବର ସଭାପତି ସପ୍ତ ସାଗର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଏଥିରେ ୮ଟି ଦଳ ଅଂଶ ଗ୍ରହଣ କରିବା ସହିତ ପ୍ରତ୍ୟକ ମ୍ୟାଚ ୨୦ଓଭର ବିଶିଷ୍ଠ ହେବ ବୋଲି ବୈଠକରେ ସ୍ଥିର କରାଯାଇଛି । ଏଥି ସହିତ ଟୁର୍ଣ୍ଣାମେଣ୍ଟର ପ୍ରତ୍ୟକ ଦିନ କିପରି ଶାନ୍ତି ଶୁଙ୍ଖଳା ରକ୍ଷା ହେବା ସହିତ ସୁରୁଖୁରୁରେ ସମାପ୍ତ ହେବ ସେ ନେଇ ବିଚାର ବିମର୍ଷ କରାଯାଇ ସମସ୍ତ ସଦସ୍ୟମାନଙ୍କୁ ବିଭିନ୍ନ ଦାୟିତ୍ୱ ବଂଟନ କରାଯାଇଛି । ବୈଠକରେ କ୍ଲବର ସ୍ୱାଗତ ଦାସ, ଅଶୋକ ବିଶ୍ୱାଳ, ବିଜୟ ଦାସ, ଶ୍ରୀକାନ୍ତ ଦାସ, ରୋନେଶ ନାୟକ, ସାଗର ସାମଲ, ପ୍ରଶାନ୍ତ ସ୍ୱାଇଁ, ଶୁଭରଂଜନ ପରିଡା, ଅଭିଶେକ ବେହେରା, ଆଶିଷ ବିଶ୍ୱାଳ, ବିଜୟ ମହାରଣା ସମେତ ବହୁ ସଭ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
୮ରୁ ସୁନ୍ଦରିଆ ପି୍ରମିଅର ଲିଗ୍ ଆରମ୍ଭ
|
January 6, 2020 |