୭୯ ତମ ସ୍ଵାଧୀନତା ଦିବସ ଅବସରରେ ସବଡେଗା ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ

Spread the love

ସୁନ୍ଦରଗଡ ତା:୧୫)୮/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଆଜି ସବଡେଗା ଗ୍ରାମପଞ୍ଚାୟତ ପ୍ରାଙ୍ଗଣରେ ୭୯ ତମ ସ୍ଵାଧୀନତା ଦିବସ ଅବସରରେ ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି ।ଏହି ଗ୍ରାମ ସଭାରେ ସବଡେଗା ବ୍ଲକ ବିଡ଼ିଓ ବିଶ୍ଵନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବଡେଗା ଗ୍ରାମ ସଭା ଅବସରରେ ପଞ୍ଚାୟତର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ତା ସହିତ ଆସନ୍ତା ଜାନୁଆରୀ ରେ ପ୍ୟାରେଟ ଗ୍ରାଉଣ୍ଡ ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି ।ତା ସହିତ ୮୫ ଲକ୍ଷ୍ୟ ଟଙ୍କାର କଲ୍ୟାଣ ମଣ୍ଡପ ହେବାର କାର୍ଯ୍ୟ ରହିଛି ତାହା ପଞ୍ଚାୟତ ଅନେକ କାର୍ଯ୍ୟରେ ସହାୟକ ହେବ ବୋଲି ବିଡ଼ିଓ ସୂଚନା ଦେଇଛନ୍ତି । ବିକଶିତ ଗାଁ ବିକଶିତ ପଞ୍ଚାୟତ ର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ଅଞ୍ଚଳବାସୀଙ୍କ ଆହ୍ବାନ ଦେଇଥିଲେ ।ଏହି ଗ୍ରାମ ସଭାରେ ସବଡେଗା ସରପଞ୍ଚ ଗଣେଶ ପ୍ରଧାନଙ୍କ ପ୍ରତ୍ୟେକ ତତ୍ତ୍ଵାବଧାନରେ ହୋଇଥିଲା ।ଏହି ସଭାରେ ପଞ୍ଚାୟତର କାର୍ଯ୍ୟକ୍ରମ ବିବରଣୀ ଉପରେ ଆଲୋକପାତ କରାଯାଇଥିଲା । ସୂଚନା ଅନୁସାରେ ମା ପାଇଁ ଗଛଟିଏ, ପାଇ ୨.୦, ସୂର୍ଯ୍ୟଘର ଯୋଜନା,ପି. ଏମ କୁସୁମ,ଗ୍ରାମୀଣ ଗୃହ,ମନରେଗା, ଜନସାଧାରଣ ବଣ୍ଟନ ବ୍ୟବସ୍ଥା,ପେନସନ ବ୍ୟବସ୍ଥା, ଶିକ୍ଷା,ସ୍ବାସ୍ଥ୍ୟ,କୃଷି, ପାନୀୟ ଜଳ, ଆଇସିଡିଏସ,ନିଶାମୁକ୍ତ ଭାରତ ଅଭିଯାନ,ଲକ୍ଷ୍ମୀ ଦିଦି ସୃଷ୍ଟି,ଇ – ଗ୍ରାମ୍ୟ ପୋଟାଲ,ଓଏଲଏମ କାର୍ଯ୍ୟକଳାପ ଏପରି ଅନେକ ବିଷୟ ଉପରେ ଆଲୋଚନା ହୋଇଥିଲା । ସବଡେଗା ପଞ୍ଚାୟତର ଅନେକ ନୂତନ ଅଭିଯୋଗର ଦରଖାସ୍ତ ଗ୍ରହଣ କରାଯିବା ସହିତ ତାର ସମୟ ଅନୁସାରେ ଅତିଶିଘ୍ର ସମାଧାନ କରାଯିବ ବୋଲି ସ୍ଥାନୀୟ ସରପଞ୍ଚ ମତ ଦେଇଥିଲେ । ଏହି ସଭାରେ ମେଲେରିଆ, ଫେଲେରିଆ ନିରାକରଣ ବିଷୟରେ ବିଭାଗୀୟ ଅଧିକାରୀ ସଚେତନ କରିଥିଲେ । ଘରେ ଘରେ ଯାଇ ଔଷଧ ବିଶୟ ରେ ସଚେତନ କରାଇ ତାକୁ ସେବନ କରିବାକୁ ପରାମର୍ଶ ଦେଉଥିବା ସୂଚନା ଦେଇଥିଲେ । ସୂଚନା ଅନୁସାରେ ସବଡେଗା ପଞ୍ଚାୟତରେ ୨୧ ରୁ ୨୨ ଜଣ ଥିବା ଜଣା ପଡ଼ିଥିବା ବେଳେ ଅଧିକ ଲୋକେ ଔଷଧ ନ ଖାଉଥିବା ଅଭିଯୋଗ ହେଉଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି ।ତା ସହିତ ପ୍ରଧାନମନ୍ତ୍ରୀ ମମତା ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା । ମମତା ଯୋଜନା ଅନୁସାରେ ଦିଆଯାଉଥିବା ଟଙ୍କାର ସତ୍ ଉପଯୋଗ କରାଯିବ ଓ ମାଆ ଙ୍କୁ ଠିକ୍ ଭାବରେ ରକ୍ଷଣା ବେକ୍ଷଣ କରାଯିବ ତା ଉପରେ ଆଲୋକପାତ କରାଯାଇଥିଲା ।ତା ସହିତ ଅନେକ ଓଡ଼ିଶା ସରକାର ତଥା କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନା ବିଷୟ ପ୍ରତ୍ୟେକ ବିଭାଗୀୟ ଅଧିକାରୀ ଅବଗତ କରାଯାଇ ତାର ସୁବିଧା ବିଷୟ ରେ ସୂଚନା ଦେଇଥିଲେ ।ଏହି ସଭାରେ ବ୍ଲକ ଆଇସିଡ଼ିଏସ ସୁପରଭାଇଯର, ବ୍ଲକ କନିଷ୍ଠ ଯନ୍ତ୍ରୀ, ଆଶା , ଏଏନଏମ, ପଞ୍ଚାୟତ ଏଡିଓ, ବ୍ଲକକୃଷି ଅଧିକାରୀ, ବ୍ଲକଶିକ୍ଷା ଅଧିକାରୀ, ପଶୁ ବିଭାଗ ଅଧିକାରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ,ସବଡେଗା ସମିତି ସଭ୍ୟା, ନାଏକ ସରପଞ୍ଚ ଉପସ୍ଥିତ ଥିଲେ । ଶେଷରେ ସବଡେଗା ଯୋଗାଣ ସହାୟକ ଶୁକାନ୍ତ ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related Posts

About The Author

Add Comment