୭୪ ଡ୍ରିମ୍ସର ତ୍ରୟୋଦଶ ବାର୍ଷିକ ଉତ୍ସବ

Spread the love

ଭଦ୍ରକ,୧୫/୬ (ସନ୍ଧାନ ନିୟୁଜ) ଭଦ୍ରକ ହାଇସ୍କୁଲ ପୁରାତନ ଛାତ୍ର ସଂଗଠନ ‘୭୪ ଡ୍ରିମ୍ସ’ ହାଇସ୍କୁଲ ସଭାଗୃହରେ ପୂର୍ବତନ ମନ୍ତ୍ରୀ ତଥା ସଂଗଠନ ସଭାପତି ମନମୋହନ ସାମଲଙ୍କ ସଭାପତିତ୍ୱରେ ତାର ତ୍ରୟୋଦଶ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରିଛି । ଉକ୍ତ ଉତ୍ସବରେ ଭଦ୍ରକ ହାଇସ୍କୁଲର ୧୯୫୪ ମସିହା ମ୍ୟାଟ୍ରିକ ବ୍ୟାଚର ଛାତ୍ର ତଥା ବରିଷ୍ଠ ଅଧିବକ୍ତା ଯତୀନ୍ଦ୍ର ମୋହନ ଦାସ ମୁଖ୍ୟ ଅତିଥି ଭାବେରେ ଯୋଗ ଦେଇ ନିଜର ପୁରୁଣା ଅନୁଭୂତି ତଥା ୭୪ ଡ୍ରିମ୍ସର କାର୍ଯ୍ୟାବଳୀ ଉପରେ ବକ୍ତବ୍ୟ ରଖିଥିଲେ । ହାଇସ୍କୁଲ ପରିସରରେ ଥିବା ଗାନ୍ଧିଜୀ, ସୁବାସ ବୋଷ ଏବଂ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ଗୋକୁଳାନନ୍ଦ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ମୁଖ୍ୟଅତିଥି ଶ୍ରୀଯୁକ୍ତ ଦାସ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ବୃନ୍ଦାବନ କଳାକେନ୍ଦ୍ରର ଛାତ୍ରଛାତ୍ରୀମାନେ ବନେ୍ଦ ଉକ୍ରଳ ଜନନୀ ସଂଗୀତ ପରିବେଷଣ କରିଥିଲେ । ଉକ୍ତ ଉତ୍ସବରେ ସଂଗଠନର ସଦସ୍ୟ ଯାତ୍ରା କଳାକାର ଲୋକନାଥ ଲେଙ୍କା, ଇନ୍ଦ୍ରମଣି ପଣ୍ଡା, ନିଦେ୍ର୍ଦଶକ ପ୍ରଦାପ ମିଶ୍ର ପ୍ରମୁଖ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ଶ୍ରୀ ଲେଙ୍କା ଯାତ୍ରା ସଂଳାପ ଶୁଣାଇ ଉପସ୍ଥିତ ଶ୍ରୋତାଙ୍କୁ ବିମୋହିତ କରାଇଥିଲେ । ଶିକ୍ଷକ ଅଶୋକ ଶତପଥୀ ଏବଂ ଅକ୍ଷୟ କୁମାର ସେଠୀ ମଧ୍ୟ ତାଙ୍କର ମତାମତ ପ୍ରଦାନ କରିଥିଲେ । ପୁରାତନ ଛାତ୍ର ସଂସଦର ସଭାପତି ସଭାପତି ଇଂ ଅଖିଳ ଚନ୍ଦ୍ର ପାଢୀ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ । ସଂଗଠନର ସଂଯୋଜକ ସୌରେଶ ଚନ୍ଦ୍ର ମହାନ୍ତି ଏକ ପୂର୍ଣ୍ଣାଙ୍ଗ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟଅତିଥିଙ୍କୁ ଉକ୍ତ ଉତ୍ସବରେ ମାନପତ୍ର ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ତାଙ୍କ ଉଦେ୍ଦଶ୍ୟରେ ମାନପତ୍ର ପାଠ କରିଥିଲେ ସରୋଜ ତପନ ଦାସ । ସମାଜସେବୀ କିଶୋର ଚନ୍ଦ୍ର ମହାପାତ୍ର ଏବଂ ସଦସ୍ୟ ହେମନ୍ତ ପଣ୍ଡା ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଚିତ୍ରକଳା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଦିବସବ୍ୟାପୀ ଉତ୍ସବରେ ବହୁ ସଦସ୍ୟ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିନଦା ପ୍ରସନ୍ନ ଦାସ, ସୌମେନ ଦେ, କଳ୍ପତରୁ ସାହୁ, ଶଙ୍କର୍ଷଣ ମହାନ୍ତି, କାର୍ତ୍ତିକ ମହାପାତ୍ର, ଗଜେନ୍ଦ୍ର ପଣ୍ଡା, ପ୍ରଫୁଲ୍ଳ ବାରିକ, ବରିଷ୍ଠ ଚିତ୍ରକାର ସୁଶାନ୍ତ ନାୟକ, ଚିତ୍ରଶିଳ୍ପୀ ବିଭୁତି ସାହୁ ପ୍ରମୁଖ ଯୋଗ ଦେଇ ଉତ୍ସବକୁ ସଫଳ କରାଇଥିଲେ ।

Related Posts

About The Author

Add Comment