୭୦ ବର୍ଷର ଅପେକ୍ଷାର ଅନ୍ତ, କୋଚିଲା ନଦୀରେ ବ୍ୟାରେଜ ନିର୍ମାଣକୁ ରାଜ୍ୟ ସରକାରଙ୍କ ମଞ୍ଜୁରି

Spread the love

ଭଦ୍ରକ୧୧/୦୭(ସନ୍ଧାନ ନ୍ୟୁଜ୍)-: ଦୀର୍ଘ ୭୦ ବର୍ଷର ଅପେକ୍ଷାର ଅନ୍ତ। କୋଚିଲା ନଦୀରେ ବ୍ୟାରେଜ ନିର୍ମାଣକୁ ରାଜ୍ୟ ସରକାରଙ୍କ ମଞ୍ଜୁରି। ଭଦ୍ରକ ଜିଲ୍ଳାର ଧାମନଗର ବ୍ଲକ ଦେଇ ପ୍ରବାହିତ ବୈତରଣୀ ନଦୀର ଶାଖା ନଦୀ କୋଚିଲା ମୁହାଣରେ ସ୍ଥାୟୀ ବ୍ୟାରେଜ ନିର୍ମାଣ ପାଇଁ ୩୬୦ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ୟାରେଜ ନିର୍ମାଣକୁ ମଞ୍ଜୁରି ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କଲେ ସ୍ଥାନୀୟ ଲୋକେ।

ବର୍ଷା ଦିନେ ବିଭିନ୍ନ ନଦୀରେ ବନ୍ୟା ସ୍ଥିତି ନିୟନ୍ତ୍ରଣ ଓ ଖରାଦିନେ କୃଷିକ୍ଷେତ୍ରକୁ ଜଳସେଚନର ସୁବିଧା ପାଇଁ ରାଜ୍ୟ ସରକାର ବିଭିନ୍ନ ନଦୀରେ ବ୍ୟାରେଜ ନିର୍ମାଣ କରୁଛନ୍ତି। ହେଲେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀର ଶାଖା ନଦୀ କୋଚିଲା ମୁହାଣରେ ଏକ ବ୍ୟାରେଜ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ବ୍ୟାରେଜ ନିର୍ମାଣ ହୋଇପାରୁ ନଥିଲା। କେବଳ ପଥର ବନ୍ଧରେ ସୀମିତ ଥିଲା ବ୍ୟାରେଜ ନିର୍ମାଣ। ଶେଷରେ ଧାମନଗରବାସୀଙ୍କ ଦୀର୍ଘ ଦଶନ୍ଧି ଅପେକ୍ଷାର ଅନ୍ତ ଘଟିଛି। ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି କୋଚିଲା ମୁହାଣରେ ସ୍ଥାୟୀ ବେରେଜ ନିର୍ମାଣ ପାଇଁ ୩୬୦ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭଦ୍ରକ ଜିଲ୍ଳାର ଧାମନଗର ବ୍ଲକ ଦେଇ ପ୍ରବାହିତ ବୈତରଣୀ ନଦୀର ଶାଖା ନଦୀ କୋଚିଲା ନଦୀର ମୁହାଣ ଆଠ ଘରିଆ ଠାରେ ଏକ ବ୍ୟାରେଜ ନିର୍ମାଣ କରିବାକୁ ରାଜ୍ୟ ଜଳସମ୍ପଦ ବିଭାଗ ସ୍ଥିର କରିଥିଲା। ସେହି ଅନୁଯାଇ ୧୯୭୭ ମସିହାରେ ଏହାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ତତ୍‌କାଳୀନ କଂଗ୍ରେସ ସରକାର ସମୟରେ ହୋଇଥିଲା । ହେଲେ ସେହିଦିନ ଠାରୁ ବ୍ୟାରେଜ ନିର୍ମାଣ କେବଳ କେବଳ ପଥରେ ବନ୍ଧରେ ସୀମିତ ଥିଲା । ପରେ ବିଭିନ୍ନ ବୈଷୟିକ ଟିମ୍ ଓ ବିଧାନସଭା ଷ୍ଟାଣ୍ଡିଂ କମିଟି ସ୍ଥିତି ଅନୁଧ୍ୟାନ କରିଥିଲେ ମଧ୍ୟ ଏଥିରେ ସୁଧାର ହୋଇନଥିଲା । ଏନେଇ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟାରେଜ ନିର୍ମାଣ ପାଇଁ ପୂର୍ବରୁ ଚିଠି ଲେଖିଥିଲେ। ସେ ବିଧାନ ସଭାରେ କୋଚିଲା ବ୍ୟାରେଜ ନିର୍ମାଣ ନେଇ ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ରଖିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବ୍ୟାରେଜ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି ଓ ସର୍ଭେ କାର୍ଯ୍ୟ ଚାଲିଛି । ଏବେ ବ୍ୟାରେଜ ଘୋଷଣା ପରେ ସାଂସଦ ଓ ପୂର୍ବତନ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସେପଟେ ବ୍ୟାରେଜ ନିର୍ମାଣକୁ ନେଇ ପ୍ରଶ୍ନ ଉଠାଇଲେଣି ବିରୋଧୀ । ବିରୋଧୀଙ୍କ କହିବା କଥା ହେଲା ଯେ ବ୍ୟାରେଜ ନିର୍ମାଣ ସ୍ଵାଗତଯୋଗ୍ୟ ପଦକ୍ଷେପ, କିନ୍ତୁ ବ୍ୟାରେଜ ପୂର୍ବରୁ ବୈତରଣୀ ନଦୀରେ ଥିବା ଏସକେପ୍ ଗୁଡିକର ଉଚ୍ଚତା ବୃଦ୍ଧି କରାଯାଉ । ନହେଲେ ବନ୍ୟା ସମୟରେ ଅଧିକ କ୍ଷୟକ୍ଷତି ହୋଇପାରେ । ବନ୍ୟା ନିୟନ୍ତ୍ରଣ ହେଉ କିନ୍ତୁ କେନାଲ ଦ୍ଵାରା ଜଳସେଚନ ବ୍ୟବସ୍ଥା ମଧ୍ୟ ସୂଚାରୁ ରୂପର କରାଯାଉ । ନହେଲେ ବ୍ୟାରେଜରେ ଜଳ ସଂରକ୍ଷଣ ହେଉଥିବା ବେଳେ ବନ୍ୟା ସମୟରେ ଏସକେପ୍ ଦେଇ ବନ୍ୟାଜଳ ଅଧିକ କ୍ଷତି କରିବ ।

ଅପର ପକ୍ଷରେ ସ୍ଥାନୀୟ ଲୋକେ କହିଛନ୍ତି ଯେ, କୋଚିଲା ବ୍ୟାରେଜ ହେଉଛି ସେଠାକାର ବାସିନ୍ଦାଙ୍କ ସ୍ଵପ୍ନ । ବ୍ୟାରେଜ ହେଲେ ଧାମନଗର ସହ ତଳିଆ ବ୍ଲକ ତିହିଡି ଓ ଚାନ୍ଦବାଲି ବ୍ଲକର ବାସିନ୍ଦା ବନ୍ୟା ଦାଉରୁ ମୁକ୍ତି ପାଇବେ । ତେବେ ପୂର୍ବରୁ ବିଜୁ ପଟ୍ଟନାୟକ ମଧ୍ୟ କୋଚିଲା ନଦୀ ମୁହଁକୁ ଆସିଥିଲେ । ବନ୍ୟା ପରର ସ୍ଥିତି ଦେଖି ବନ୍ୟା ନିୟନ୍ତ୍ରଣ ପାଇଁ ବ୍ୟାରେଜ ନିର୍ମାଣ କରିବାକୁ ପ୍ରତିଶୃତି ଦେଇଥିଲେ । ତେବେ ଦୀର୍ଘ ଦିନର ଅପେକ୍ଷାର ଏବେ ଅନ୍ତ ଘଟିଛି । ବ୍ୟାରେଜ ନିର୍ମାଣ ପାଇଁ ଅଳ୍ପ ଦିନରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ।

ଏବେ ବ୍ୟାରେଜ ଘୋଷଣା ପରେ ପୂର୍ବତନ ବିଧାୟକ ଓ ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେହିପରି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ପ୍ରକଳ୍ପ ପାଇଁ କୋଚିଲା ମୁହାଣ ବୁଲି ଦେଖିଛନ୍ତି । କୋଚିଲା ବ୍ୟାରେଜ ପାଇଁ ପ୍ରକଳ୍ପ ରିପୋର୍ଟ ଓ ବୈଷୟିକ ପରାମର୍ଶ କାର୍ଯ୍ୟ ସରିଛି। ବର୍ଷା ଦିନ ଶେଷ ହେଲା ପରେ ଏଠାରେ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ବ୍ୟାରେଜ ନିର୍ମାଣ ପରେ ସ୍ଥାନୀୟ ଅଞ୍ଚଳରେ ବନ୍ୟା ସ୍ଥିତି ନିୟନ୍ତ୍ରଣ ହେବ ଓ ଚାଷୀମାନେ ଜଳ ସେଚନର ସୁବିଧା ଉଠାଇ ପାରିବେ ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ ପାଇଛି,

Related Posts

About The Author

Add Comment