ଜେନାପୁର, ୧୦/୩/୨୦ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ): ଧର୍ମଶାଳା ବ୍ଲକ ଅଣ୍ଟିଆ ପଂଚାୟତର କୁମ୍ଭାରସାହିରେ ବାସ କରୁଥିବା ୭୦ ବର୍ଷ ବୟସର ମହିଳା ଖାଦ୍ୟ ସୁରକ୍ଷାରୁ ବଞ୍ଚôତ ହୋଇଥିବା ଅଭିଯୋଗ ହୋଇଛି । ମହିଳା ଜଣକ ହେଲେ ଶୋସିଳା ରଣା । ମହିଳାଙ୍କର ସ୍ୱାମୀ ଘନ ରଣା ମଧ୍ୟ ରୋଗାକା୍ରନ୍ତ । ତାଙ୍କର ପାଞ୍ଚପୁଅ ସମସ୍ତେ ଅଲଗା ପରିବାର କରି ବାସ କରୁଛନ୍ତି । ସ୍ୱାମୀ ସ୍ତ୍ରୀ ନିଜର ଭତା ଟଙ୍କାରେ ତେଲଲୁଣ କରି ଚଳୁଥିବା ବେଳେ ଉଭୟଙ୍କୁ ଖାଦ୍ୟ ସୁରକ୍ଷାରେ ୧୦କିଲୋ ଚାଉଳ ମିଳୁଥିଲା । ଆଜକୁ ପାଞ୍ଚମାସ ହେବ ତାଙ୍କ କାର୍ଡରେ କେବଳ ଘନକୁ ପାଞ୍ଚ କିଲୋ ଚାଉଳ ମିଳୁଥିବାରୁ ଉଭୟ ଏହି ପାଞ୍ଚକିଲୋ ଚାଉଳରେ ବଞ୍ଚôବାକୁ ବାଧ୍ୟ ହୋଇଥିବା ପ୍ରକାଶ କରନ୍ତି । ରାସନ କାର୍ଡ ସଖ୍ୟା ୧୩୦୬୧୭୧୦୯୮୪ ଅଗ୍ରାଧିକାର ପରିବାର ଭାବରେ ଗ୍ରହଣ କରାଯାଇ କାର୍ଡର ପ୍ରକାର ଭେଦ କରାଯାଇଛି । ଆଜକୁ ପାଞ୍ଚ ମାସ ଧରି ଚାଉଳ ବନ୍ଦ ରହିଥିବାରୁ ସେ ସୁଲଭମୂଲ୍ୟ ଦୋକାନୀ ଦଇତାରୀ ପାତ୍ରଙ୍କୁ ବାରମ୍ବାର ଅନୁନୟ ବିନୟ ହୋଇଥିଲେ କିନ୍ତୁ ଦୋକାନୀ ତାଙ୍କର ଏହି ଅସୁବିଧାର ସମାଧାନ କରିବା ପାଇଁ କୌଣସି ଚେଷ୍ଠା ନକରି ବୃଦ୍ଧାଙ୍କୁ ବ୍ଲକକୁ ଯାଇ ପଚାରି ବୁଝ ବୋଲି କହି ତାଙ୍କ ଅସହାୟତାର ମଜାକ ଉଡାଉଛନ୍ତି ବୋଲି ଦୁଃଖ ପ୍ରକାଶ କରିଛନ୍ତି ତାଙ୍କ ପୁଅ ଅଲେଖ ରଣା । ଯୋଗାଣ ଅଧିକାରୀଙ୍କୁ ଏ ସମ୍ବନ୍ଧରେ ଅଭିଯୋଗ କରି ଜିଲାପାଳଙ୍କୁ ଭେଟିବେ ବୋଲି କହିବାରୁ ସେ ଫୋନ କାଟିଦେଇଥିଲେ ବୋଲି କହନ୍ତି । ମୋ ସରକାର ବ୍ୟବସ୍ତା ଥିବାରୁ ଯୋଗାଣ ଅଧିକାରୀ କିଛି କହିବାକୁ ରାଜି ହୋଇନଥିଲେ । ତେବେ ବୃଦ୍ଧଙ୍କର ଆଙ୍ଗୁଳି ଛାପ ହୋଇପାରୁ ନଥିବାରୁ ସେ ଖାଦ୍ୟ ସୁରକ୍ଷାରୁ ବଞ୍ଚôତ ହେବା ସହିତ ଆଗକୁ ସେହି ସମାନ କାରଣ ପାଇଁ ଭତ୍ତା ପାଇବାରୁ ବଞ୍ଚôତ ହେବାର ଆଶଂକାକୁ ଏଡାଇ ଦିଆଯାଇନପାରେ । ଜିଲାପାଳ ଏହାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଟାନ ନିମନ୍ତେ ପରିବାର ପକ୍ଷରୁ ଦାବି ହୋଇଛି ।
୭୦ବର୍ଷ ବୟସର ମହିଳା ଖାଦ୍ୟସୁରକ୍ଷାରୁ ବଞ୍ଚôତ
|
March 10, 2020 |