୭ମାସଧରି ଅଙ୍ଗନବାଡି ଖାଦ୍ୟ ବନ୍ଦ ଅଭିଯୋଗରେ କେନ୍ଦ୍ରରେ ତାଲା

Spread the love

କପ୍ତିପଦା, ୨୧/୧୦ ( ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା):-  କପ୍ତିପଦା ବ୍ଲକ୍ ଅଧନ ନୁଟୋ ଫଚାୟତ କୁମୁଡ଼ାବାହାଳୀ ଅଙ୍ଗନବାଡି କେନ୍ଦ୍ରର ପିଲାମାନେ ଖାଦ୍ୟ ପାଇନଥିବା ଅଭିଯୋଗରେ ଜଣାଯାଇଛି । ଗତ ୬ ମାସ ଧରି ସମ୍ପୃକ୍ତ କେନ୍ଦ୍ରର କର୍ମୀ ଓ ସହାୟିକା ସେମାନଙ୍କୁ ଖାଦ୍ୟ ପ୍ରଦାନ କରାଯାଇ ନ ଥିବା ଅବିଭାବକ ମାନେ ସିଡିପିଓ ଓ ବି.ଡି.ଓ କପ୍ତିପଦାଙ୍କଠାରେ ଅଭିଯୋଗ କରିଛନ୍ତି । କରୋନା ମହାମାରୀର ଭୟାବହତା ପାଇଁ ସରକାରଙ୍କ ନିଷ୍ପତି କ୍ରମେ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିଛି । ମାତ୍ର ସ୍କୁଲ ପିଲାଙ୍କ ଖାଦ୍ୟ ଫଚାୟତ ମାଧ୍ୟମରେ ଅବିଭାବକଙ୍କୁ ଯୋଗାଇ ଦିଆଯାଉଥିବା ବେଳେ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ପିଲାଙ୍କ ଖାଦ୍ୟ କର୍ମୀ ଓ ସହାୟିକା ମାଧ୍ୟମରେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଅଭିଯୋଗ ପରେ କିଛି ଛତୁଆ ଓ ଅଣ୍ଡା ପ୍ରଦାନ କରାଯାଇଛି । ମାତ୍ର ଅଣ୍ଡା ଗୁଡିକ ପଚି ଯାଇଥିବା ବେଳେ ଛତୁଆ ଗୁଡିକ ଫିମ୍ପି ମାରି ଯାଇଛି । ଫଳରେ ଏଗୁଡିକ ଖାଇବା ଅନୁପୋଯୋଗୀ ହୋଇପଡିଛି । ପିଲାଙ୍କ ଖାଦ୍ୟକୁ ବଂଟନ କରା ନ ଯାଇ ଘରେ ରଖୁ ନଷ୍ଟ କରି ନିମ୍ନ ମାନର ଖାଦ୍ୟ ପ୍ରଦାନ କରାଯାଇଥିବାରୁ ରବିବାର ଏହି ଅସନ୍ତୋଷ ଉଗ୍ର ରୂପ ଧାରଣ କରିଥିଲା । ଫଳରେ ମହିଳା ମାନେ ଏକତ୍ରିତ ହୋଇ ଉକ୍ତକେନ୍ଦ୍ରରେ ତାଲା ପକାଇ ଦେଇ ଧାରଣାରେ ବସିଥିଲେ। ଏ ସମ୍ପର୍କରେ ସିଡିପିଓ ଓ ବି.ଡି.ଓଙ୍କୁ ଅବଗତ କରିଥିଲେ ମଧ୍ୟ କେହି ଘଟଣାସ୍ଥଳରେ ଫହଚି ନ ଥିବା ଜଣାଯାଇଛି । ଅଧୂକାରୀ ମାନେ ଘଟଣାସ୍ଥଳକୁ ଆସି ସମସ୍ୟାର ସମାଧାନ ନ କରିବା ପର୍ଯ୍ୟନ୍ତ ଏହି ତାଲା ବନ୍ଦ ଆନ୍ଦୋଳନ ଚାଲୁ ରହିବ ବୋଲି ନାଗୁରୀ ସିଂ, ଗାଙ୍ଗି ସିଂ, ମାସୁରୀ ସିଂ, ବଗୁଳି ସିଂ ଓ ଜେମାମଣୀ ସିଂ ପ୍ରମୁଖ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ କପ୍ତିପଦା ସିଡ଼ିପିଓ ମିତାରାଣୀ ବସାଙ୍କୁ ପଚାରିବାରୁ ସେ କହନ୍ତି ସେମାନେ ଯଦି ୬ ମାସ ଧରି ଖାଦ୍ୟ ପାଉ ନ ଥିଲେ ତେବେ ପୂର୍ବରୁ ଜଣାଇବାର ଥିଲା, ମାତ୍ର ସେମାନେ ଗତ ୭ ତାରିଖ ଜଣାଇବା ପରେ ମୁଁ ସୁପରଭାଇଜରିକୁ ପଠାଇ ସମସ୍ୟାର ସମାଧାନ କରିବା ପାଇଁ କହିଛି ଗତ ୧୮ ତାରିଖ ଖାଦ୍ୟ ମଧ୍ୟ ଦିଆଯାଇଛି ।

Related Posts

About The Author

Add Comment