୧୯କି.ମି ଦୂରରେ ଅଞ୍ଜିରା ମୌଜା ପଥର ଖନନର ହେଲା ଜନଶୁଣାଣୀ, ଆବଦ୍ଧ କୋଠରୀରେ ହେଲା,ନଥିଲେ କେହି ସ୍ଥାନୀୟ ଜନସାଧରଣ
୧୯କି.ମି ଦୂରରେ ଅଞ୍ଜିରା ମୌଜା ପଥର ଖନନର ହେଲା ଜନଶୁଣାଣୀ, ଆବଦ୍ଧ କୋଠରୀରେ ହେଲା,ନଥିଲେ କେହି ସ୍ଥାନୀୟ ଜନସାଧରଣ
Sandhan News |
December 30, 2018 |

ଯାଜପୁର,୨୯ ।୧୨(ସନ୍ଧାନ ନିୟୁଜ):-ସଂପ୍ରତି ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ବାଘୁଆ ମଉଳାଭଞ୍ଜ ଅଞ୍ଜିରା ମୌଜା ସେରାତ ଗ୍ରାନାଇଟ କଳାପଥର ପାହାଡ ଲିଜ ହୋଇଥିଲେ ମଧ୍ୟ ପ୍ରଦୁଷଣ ବିଭାଗର ବିନା ଅନୁମତିରେ ଅପରେସନ କରି ପାହାଡରୁ ଶହଶହ ଟ୍ରିପ ପଥର ଲୁଟ ହେବାସହ ବାହାରକୁ ଚାଲାଣ କରି କୋଟି କୋଟି ଟଙ୍କା ମାଫିଆ ମାନେ ଲାଭ କରିବାରେ ବ୍ୟସ୍ତ ରହିଛନ୍ତି । ନାମକୁ ମାତ୍ର କେତୋଟି ଖାଦାନ ଲିଜ କରାଯାଇ ବାକି ସମସ୍ତ ବେଆଇନ ଖାଦାନରୁ ପଥର ଉତୋଳନ ହୋଇ ଲୁଟ ହୋଇଛି । ଏହାକୁ ଭିତିକରି ୨୯.୧୨.୨୦୧୮ରିଖରେ ଧର୍ମଶାଳା ଭବନ ଠାରେ ଏକ ଆବଦ୍ଧ କୋଠରୀରେ ପ୍ରଦୁଷଣ ବିଭାଗ ଓ ଧର୍ମଶାଳା ତହସିଲ ଜନଶୁଣାଣି କରିଛନ୍ତି ବୋଲି ଜଣାଯାଇଛି । ଲିଜଧାରୀ ତପନ ନାୟକ ୫୬ ଏକର ଲିଜ ନେଇ ଥିଲା ବେଳେ ତାଙ୍କର ପ୍ରଦୁଷଣ ଅନୁମତି ନଥିବାରୁ ତାଙ୍କୁ ସୁହାଇଲା ଭଳି ବିଭାଗୀୟ ପକ୍ଷରୁ ଏହି ଜନଶୁଣାଣି କାର୍ଯ୍ୟକ୍ରମ ଆବଦ୍ଧ କୋଠରୀରେ କରାଯିବା ଏକ ପ୍ରହସନ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି । ଖବର ନେବାରୁ ଜଣାଯାଏ ଅଞ୍ଜିରା ମୋଜା ଜନସାଧାରଣ ମାନଙ୍କୁ ଅବଗତ କରିବା ସହ ଉକ୍ତ ଅଂଚଳରେ ଜନଶୁଣାଣି କରା ନଯିବା ଏବଂ ଧର୍ମଶାଳା ତହସିଲରେ କରା ନଯାଇ ଧର୍ମଶାଳା ଭବନରେ ଆବଦ୍ଧ କୋଠରୀରେ ଜନଶୁଣାଣି ତରବରିଆ ଭାବେ କରାଯିବା ପଛରେ କି ସ୍ୱାର୍ଥ ରହିଛି ଏହା ପଛରେ ସରକାରୀ ଦଳର ରାଜନେତାଙ୍କ ହାତଅଛି କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି? ଏହି ଜନଶୁଣାଣି କାର୍ଯ୍ୟକ୍ରମ ଦିନ ୧୧ଟାରେ କରାଯାଇଥିବା ଜଣାଯାଇଛି । ଏଥିରେ କଳିଙ୍ଗ ନଗର ଏଡି.ଏମ. ମିହିର ପ୍ରସାଦ ମହାନ୍ତି, ଯାଜପୁର ରେଜିଓନାଲ ପ୍ରଦୁଷଣ ବିଭାଗ ଅଫିସର କଳିଙ୍ଗନଗର ଏବଂ ଧର୍ମଶାଳା ତହସିଲଦାର ସରୋଜକାନ୍ତ ପଣ୍ଡା ଉପସ୍ଥିତ ରହିଥିଲେ । ଲିଜଧାରୀଙ୍କ ଠାରୁ ତାଙ୍କ ବୟାନ ରେକର୍ଡ କରିବା ସହ କାଗଜପତ୍ର ଯାଂଚ କରିଥିବା ଜଣାପଡିଛି । ଅପର ପକ୍ଷରେ ଉକ୍ତ ଅଞ୍ଜିରା ଅଂଚଳରୁ ଅଳ୍ପ କେତେକ ଲୋକ ଏହି ସ୍ଥାନରେ ଉପସ୍ଥିତ ଥିଲେ । ଯାହାକି ସମସ୍ତ ଜନସାଧାରଣ ଉପସ୍ଥିତ ନଥିଲେ । ସୂଚନା ଥାଉ କି ଧର୍ମଶାଳା ତହସିଲର ବିଛାଖଣ୍ଡି, ଚଢେଇଧରା, ଡଙ୍କାରୀ, ରାହାଡପୁର, ମାଳଗଡା, ବାଜବାଟି ଜାବରଥଳି, ଆରୁହାଁପ୍ରଭୁତି ସ୍ଥାନରେ ନାମକୁ ମାତ୍ର ତହସିଲ ଓ ପ୍ରଶାସନ ପକ୍ଷରୁ ଲିଜ କରିବା ଦର୍ଶାଇ ବାକି ଶହଶହ ଖାଦାନ ବିନା ଲିଜରେ ପଥର ମାଫିଆଙ୍କୁ ଟେକି ଦେଇଛନ୍ତି । ଯାହା ଫଳରେ କୋଟି କୋଟି ଟଙ୍କା ରାଜସ୍ୱ ହାନି ହେଉଛି । ଆଗରୁ ଅନ୍ୟ କୌଣସି ପାହାଡ ପାଇଁ କେବେ ଜନଶୁଣାଣି ହେବାକଥା ଶୁଣାଯାଇ ନଥିଲେ? ଏହି ଜନ ଶୁଣାଣି କାଗା ସ୍ୱାର୍ଥରେ ରହିଛି । ଏହାର ଉଚ୍ଚସା୍ତରୀୟ ପାଇଁ ଜନସାଧରଣରେ ଦାବି ହୋଇଛି ।
Related Posts
About The Author