୬ ବର୍ଷର ଶିଶୁ ସହିତ ଦୁଷ୍କର୍ମ, ପରେ ହତ୍ୟା – ସ୍କୁଲ ଯାଇ ଫେରି ନଥିଲା

Spread the love

ନୂଆ ଦିଲ୍ଲୀ, ୦୨/୧୨ (ସନ୍ଧାନ ନିୟୁଜ) ରାଜସ୍ଥାନର ଟୋଂକ ଜିଲ୍ଲାରେ ୬ ବର୍ଷର ଶିଶୁ ସହ ବଳାତ୍କାର ଏବଂ ପରେ ହତ୍ୟା ପରି ଦୁଃଖଦ ଘଟଣାର ଖବର ହସ୍ତଗତ ହୋଇଛି। ବଳାତ୍କାରୀମାନେ ସ୍କୁଲ ବେଲ୍ଟରେ ଗଳା ଦବାଇ ଶିଶୁକୁ ହତ୍ୟା କରିଛନ୍ତି। ଘଟଣାକୁ ନେଇ ସମ୍ପୂର୍ଣ୍ଣ ଯାଗାରେ ଲୋକମାନଙ୍କ ମଧ୍ୟରେ ବହୁତ ଆକ୍ରୋଶ ଦେଖିବାକୁ ମିଳିଛି। ଏହି ମାମଲାରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି।

ଏହି ଘଟଣା ସେତେବେଳେ ଲୋକମାନଙ୍କୁ ଜଣାପଡ଼ିଲା ଯେତେବେଳେ ଶିଶୁର ଶବ ଗାଁର ମନ୍ଦିର ପଛରେ ଘନ ଝାଡ଼ି ନିକଟରେ ଦେଖିବାକୁ ମିଳିଥିଲା। ମିଡ଼ିଆ ରିପୋର୍ଟ ଅନୁସାରେ ଏହି ଘଟଣା ରାଜସ୍ଥାନର ଟୋଂକ ଜିଲ୍ଲାରେ ଅଲୀଗଢ଼ ଥାନା ଅନ୍ତର୍ଗତ ଏକଗ୍ରାମରେ। ଘଟଣା ଅନୁଯାୟୀ ସ୍କୁଲକୁ ପଢ଼ିବାକୁ ଯାଇଥିବା ୬ ବର୍ଷର ଶିଶୁ ଶନିବାରଦିନ ଏକ କାର୍ଯ୍ୟକ୍ରମ ଥିବାରୁ ସ୍କୁଲ ଯାଇଥିଲା। ଶିଶୁ ଯେତେବେଳେ ତିନିଟା ପର୍ଯ୍ୟନ୍ତ ଫେରିଲା ନାହିଁ ତେବେ ପରିଜନମାନଙ୍କର ଚିନ୍ତା ବଢ଼ିଲା ଏବଂ ସମସ୍ତେ ଆଖପାଖ ଅଞ୍ଚଳରେ ଖୋଜିବା ଆରମ୍ଭ କରିଦେଇଥିଲେ କିନ୍ତୁ ପାଇ ନଥିଲେ।

Related Posts

About The Author

Add Comment