୬ ବରିଷ୍ଠ ବିଡେଡ଼ି ନେତାଙ୍କୁ ସଂଗଠନର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି

Spread the love

ଭୁବନେଶ୍ୱର ୨୬/୬ (ସନ୍ଧାନ୍ ନ୍ୟୁଜ୍)- : ବରିଷ୍ଠ ବିଡେଡ଼ି ନେତାଙ୍କୁ ସଂଗଠନର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦେଇଛି ବିଜୁ ଜନତା ଦଳ। ତେବେ ୬ ଜଣ ବରିଷ୍ଠ ନେତା ବିଭିନ୍ନ ଜିଲ୍ଲା ପାଇଁ ସିନିୟର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବିକ୍ରମ କେଶରୀ ଆରୁଖଙ୍କୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲା, ସେହିପରି ଦେବୀ ପ୍ରସାଦ ମିଶ୍ରଙ୍କୁ ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ସିନିୟର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବା ବେଳେ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ବରଗଡ଼ ଜିଲ୍ଲା ପାଇଁ ନିରଞ୍ଜନ ପୂଜାରୀଙ୍କୁ ନିଯୁକ୍ତି ଦେଇଛି ଦଳ। ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ସୋନପୁର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା, ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଟକ, ଜଗତସିଂପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ମିଳିଛି। ସେହିପରି ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ସିନିୟର ପର୍ଯ୍ୟବେକ୍ଷକ ଦାୟିତ୍ୱ ବରିଷ୍ଠ ନେତା ମହେଶ୍ୱର ମହାନ୍ତିଙ୍କୁ ଦେଇଛି ବିଜେଡି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ନିର୍ଦ୍ଦେଶାନାମା ଜାରୀ କରିଛି ଦଳ।

ତେବେ ଟାବୁଲାର ଫର୍ମରେ ଜାଣନ୍ତୁ କାହାକୁ କେଉଁ ଜିଲ୍ଲା ଦାୟୀତ୍ତ୍ୱ

ମାଲକାନଗିରି ଶ୍ରୀ ବିକ୍ରମ କେଶରୀ ଆରୁଖ
କୋରାପୁଟ ଶ୍ରୀ ବିକ୍ରମ କେଶରୀ ଆରୁଖ
ନବରଙ୍ଗପୁର ଶ୍ରୀ ବିକ୍ରମ କେଶରୀ ଆରୁଖ
ରାୟଗଡ଼ା ଶ୍ରୀ ବିକ୍ରମ କେଶରୀ ଆରୁଖ
ଗଜପତି ଶ୍ରୀ ବିକ୍ରମ କେଶରୀ ଆରୁଖ
ଗଞ୍ଜାମ ଶ୍ରୀ ଦେବୀ ପ୍ରସାଦ ମିଶ୍ର
ନୟାଗଡ଼ ଶ୍ରୀ ଦେବୀ ପ୍ରସାଦ ମିଶ୍ର
କନ୍ଧମାଳ ଶ୍ରୀ ଦେବୀ ପ୍ରସାଦ ମିଶ୍ର
ଖୋର୍ଦ୍ଧା ଶ୍ରୀ ଦେବୀ ପ୍ରସାଦ ମିଶ୍ର
ପୁରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର
ବୌଦ୍ଧ ଶ୍ରୀ ଦେବୀ ପ୍ରସାଦ ମିଶ୍ର
ନୁଆପଡା ଶ୍ରୀ ନିରଂଜନ ପୂଜାରୀ
କଳାହାଣ୍ଡି ଶ୍ରୀ ନିରଂଜନ ପୂଜାରୀ
ବଲାଙ୍ଗୀର ଶ୍ରୀ ନିରଂଜନ ପୂଜାରୀ
ବରଗଡ ଶ୍ରୀ ନିରଂଜନ ପୂଜାରୀ
ସୁନ୍ଦରଗଡ ଶ୍ରୀ ସୋମ୍ୟ ରଂଜନ ପଟ୍ଟନାୟକ
ଝାରସୁଗୁଡା ଶ୍ରୀ ସୋମ୍ୟ ରଂଜନ ପଟ୍ଟନାୟକ
ସମ୍ବଲପୁର ଶ୍ରୀ ସୋମ୍ୟ ରଂଜନ ପଟ୍ଟନାୟକ
ସୋନପୁର ଶ୍ରୀ ସୋମ୍ୟ ରଂଜନ ପଟ୍ଟନାୟକ
ଦେବଗଡ଼ ଶ୍ରୀ ସୋମ୍ୟ ରଂଜନ ପଟ୍ଟନାୟକ
ଅନୁଗୁଳ ଶ୍ରୀ ସୋମ୍ୟ ରଂଜନ ପଟ୍ଟନାୟକ
ଢେଙ୍କାନାଳ ଶ୍ରୀ ସୋମ୍ୟ ରଂଜନ ପଟ୍ଟନାୟକ
କଟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ
ଜଗତସିଂହପୁର ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ
କେନ୍ଦ୍ରାପଡା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ
ଯାଜପୁର ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ
ଭଦ୍ରକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ
ବାଲେଶ୍ୱର ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ
ମୟୂରଭଞ୍ଜ ଶ୍ରୀ ମହେଶ୍ୱର ମହାନ୍ତି
କେନ୍ଦୁଝର ଶ୍ରୀ ମହେଶ୍ୱର ମହାନ୍ତି

Related Posts

About The Author

Add Comment