ଭୁବନେଶ୍ୱର, ୨୩/୦୫/୨୦ (ସନ୍ଧାନ ନିଉଜ) : ରାଜ୍ୟରେ ଆଉ ୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ସୂଚନା ଅନୁଯାୟୀ ଗଞ୍ଜାମରୁ ୪୧ ଜଣ ସୁସ୍ଥ ହୋଇଛନ୍ତି, ବାଲେଶ୍ୱରରୁ ୧୫, ରାଉରକେଲାରୁ ୨ ଜଣ ଏବଂ ଭଦ୍ରକରୁ ଜଣେ, ମୟୁରଭଞ୍ଜରୁ ଜଣେ ଓ ଯାଜପୁରରୁ ଜଣେ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।
ପୁନଶ୍ଚ ସୂଚନାଯୋଗ୍ୟଯେ, ମହାରାଷ୍ଟ୍ରର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ୬୨ ଜଣ କରୋନା ସୁସ୍ଥ ମିଶାଇ ରାଜ୍ୟରେ ମୋଟ୍୪୯୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୬୫ ସକ୍ରୀୟ ଅଛନ୍ତି ଓ ୭ ଜଣଙ୍କର ମୃତ୍ୟୁ ହୋଇଛି।