୬ରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

Spread the love

ଭୁବନେଶ୍ୱର ୩୧/୩ (ସନ୍ଧାନ ନିୟୁଜ): ଏପ୍ରିଲ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଓଡ଼ିଶା ଗସ୍ତରେ ଆସିବେ। ସେହି ଦିନ ସେ ସୁନ୍ଦରଗଡ଼ରେ ଏକ ସାଧାରଣ ସଭାରେ ଯୋଗ ଦେବେ। କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଏହି ସୂଚନା ଦେଇଛନ୍ତି।

ତା’ପୂର୍ବରୁ ପ୍ରଧାନମନ୍ତ୍ରୀ ଏପ୍ରିଲ୍‌ ୨ ତାରିଖରେ ଓଡ଼ିଶା ଆସିବେ। ସେହି ଦିନ ସେ କଳାହାଣ୍ଡି ଗସ୍ତରେ ଯିବେ।

ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିଲେ। ସେ କୋରାପୁଟର ଜୟପୁରରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ଏହା ଥିଲା ଚଳିତ ନିର୍ବାଚନରେ ରାଜ୍ୟରେ ତାଙ୍କର ପ୍ରଥମ ସଭା। ଏଥିରେ ସେ ଉଭୟ ବିଜେଡି ଓ କଂଗ୍ରେସକୁ ଶାଣିତ ସମାଲୋଚନା କରିଥିଲେ।

Related Posts

About The Author

Add Comment