ବଲାଙ୍ଗିର, ୨୧/୦୧/୨୦୧୨ (ସନ୍ଧାନ ନିଉଜ): ଶୁକ୍ରବାର ବଲାଙ୍ଗୀର ସଦର ପୋଲିସ ଦ୍ୱାରା ପ୍ରାୟ ୫୨୮୦ ବୋତଲ କଫ୍ ସିରପ ଜବତ ହୋଇଛି, ଏବଂ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ସଦର ପୋଲିସ ବଲାଙ୍ଗୀର-ପାଟଣାଗଡ ରାସ୍ତାରେ ପଠାରାଚେପା ଅଞ୍ଚଳରେ ଚଢାଉ କରି କଫ୍ ସିରପ ବୋତଲ ଜବତ କରିଛି।
ଏକ ପିକଅପ୍ ଭ୍ୟାନରେ ବେଆଇନ ଭାବରେ ପରିବହନ ସମୟରେ ଏତେ ମାତ୍ରାରେ ସିରଫ ଜବତ ପୋଲିସ ତିନି ଜଣଙ୍କୁ ମଧ୍ୟ ଗିରଫ କରିଥିଲା। ପୋଲିସ ପିକଅପ୍ ଭ୍ୟାନକୁ ମଧ୍ୟ ଜବତ କରିଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ବୋଲି ସୂଚନା ଦେଇଛି ।